କାଳବୈଶାଖୀ ବର୍ଷା ହେବାର ସମ୍ଭାବନା

Spread the love

ଭୁବନେଶ୍ୱର, ୧୦/୦୪ (ସନ୍ଧାନ ନିୟୁଜ) ବଙ୍ଗୋପସାଗରୀୟ ପବନ ଓ ମେଘୁଆ ପାଗ ସହ ରାଜ୍ୟର କେତେକ ସ୍ଥାନରେ ଗତ ଦୁଇ ଦିନ କାଳବୈଶାଖୀ ବର୍ଷା ହୋଇଯାଇଛି । ଫଳରେ ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ହ୍ରାସ ପାଇଛି। ଆକଳନ କରାଯାଉଛି ୧୦ ତାରିଖ ପରେ ପାଗରେ ପରିବର୍ତ୍ତନ ହେବ ଏବଂ ପୁଣି ତାପମାତ୍ରା ବଢ଼ିବ। ବିଶେଷ କରି ୧୨ରୁ ୧୪ ତାରିଖ ଭିତରେ ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିବ । ପୁଣି ୧୪ ଓ ୧୫ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହି ସମୟରେ ତାପମାତ୍ରାରେ ହ୍ରାସ ଘଟିବ।

  

Related Posts

About The Author

Add Comment