ଭୁବନେଶ୍ୱର (ସନ୍ଧାନ ନିୟୁଜ୍): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ନୂଆ ଦିଲ୍ଲୀ ଅର୍ଥାତ୍ ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (CBSE) ଶନିବାର ଅର୍ଥାତ ୨୬ ମଇ କୁ ଦ୍ୱାଦଶ ଶ୍ରେଣୀର ଫଳାଫଳ ଘୋଷଣା କରିବ। ଏହି ସୂଚନା ମାନବ ସଂସାଧନ ମନ୍ତ୍ରଣାଳୟର ସଚିବ ଅନିଲ ସ୍ଵଂରୂପ ଟ୍ଵୀଟର ଜରିଆରେ ଦେଇଛନ୍ତି। ସୂଚନାଯୋଗ୍ୟଯେ, ଚଳିତ ବର୍ଷ ଦଶମ ଏବଂ ଦ୍ୱାଦଶରେ ୨୮ ଲକ୍ଷ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ଦେଇଥିଲେ। ଯେଉଁଠାରେ ଦଶମରେ ୧୬.୩୮ ଲକ୍ଷ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଦ୍ୱାଦଶରେ ୧୧.୮୬ ଲକ୍ଷ ଛାତ୍ର ଛାତ୍ରୀ ବୋର୍ଡ ପରୀକ୍ଷା ଦେଇଥିଲେ।
CBSE board ଦ୍ୱାଦଶ ଫଳାଫଳ ୱେବସାଇଟ www.cbseresults.nic.in ଏବଂ www.cbse.nic.inରେ ପ୍ରକାଶ ପାଇବ। ଏଥର CBSE ର ଦଶମ ଏବଂ ଦ୍ୱାଦଶର ରେଜଲ୍ଟ www.google.com ଗୁଗୁଲର ସର୍ଚ ପେଜରେ ମଧ୍ୟ ଉପଲବ୍ଧ ହେବ।
ଆପଣଙ୍କୁ କୁହାଯାଇପାରେଯେ, କି ସର୍ଚ ଇଞ୍ଜିନ ଗୁଗୁଲ ଏଥର CBSE ର ସାଥିରେ ଚୁକ୍ତି କରିଛି, ଯାହା ଅନୁଯାୟୀ ରେଜଲ୍ଟ ଏବଂ ତା’ ସମ୍ବନ୍ଧିତ ସୂଚନା ସହିତ ୟୁଜର୍ସଙ୍କୁ ସହଜରେ ମିଳିପାରିବ।. ଏହାର ଅର୍ଥ ଏହା କି ରେଜଲ୍ଟ ଦେଖିବା ପାଇଁ ୱେବସାଇଟକୁ ନଯାଇ ଛାତ୍ରମାନେ ଗୁଗଲ ସର୍ଚ ପେଜରେ CBSE results’, ‘CBSE class 12 results’, ‘CBSE Class 12 results’ ପରି କି-ୱାର୍ଡ ଲେଖି ସିଧା ନିଜର ରେଜଲ୍ଟ ଦେଖି ପାରିବେ।
ଗୁଗଲ ସର୍ଚ ଜରିଆରେ CBSE class 12 ର ରେଜଲ୍ଟ ଦେଖିବା ପାଇଁ ଏହି ଷ୍ଟେପ୍ସ କୁ ଫଲୋ କରନ୍ତୁ
ଷ୍ଟେପ ୧: www.google.com ଲଗ ଅନ୍ କରନ୍ତୁ
ଷ୍ଟେପ ୨: ‘CBSE results’ or ‘CBSE class 12 results’ or ‘CBSE Class 12 results’ ସର୍ଚ କରନ୍ତୁ.
ଷ୍ଟେପ ୩: ଗୁଗଲ ସର୍ଚ ରେଜଲ୍ଟ ପେଜ ଉପରେ ରେଜଲ୍ଟ ସର୍ଚ ୱିଣ୍ଡୋ ଦେଖାଯିବ। ନିଜର ରୋଲ ନମ୍ବର ଏବଂ ଜନ୍ମ ତାରିଖ ପକାନ୍ତୁ
ଷ୍ଟେପ ୪: ନିଜର ଡିଟେଲ ସବମିଟ କରି ରେଜଲ୍ଟ୍ ଚେକ କରନ୍ତୁ
![](https://sandhannews.com/wp-content/uploads/2018/05/ADVT-SANDHAN-300x169.jpg)
ADVT