କାଲିଠୁ ଖୋଲିବ ସାପ୍ତାହିକ ମାଳହାଟ

Spread the love

ଧର୍ମଶଳା , ୦୪/୦୫ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ): ଧର୍ମଶାଳା ବ୍ଲକ ଏଣ୍ଡଳବା ପଂଚାୟତରେ ଅଉାଜକୁ ଦୀର୍ଘ ବର୍ଷ ଧରି ଚାଲିଆସିଥିବା କରୋନା ଲକଡାଉନରେ ଆଜକୁ କିଛି ଦିନ ହେବ ଲକ ହୋଇଯାଇଥିଲା । ଆସନ୍ତା କାଲିଠାରୁ ଏହି ହାଟ ପୁନର୍ବାର ଚାଲିବ ବୋଲି ପ୍ରଶାସନର ନିଷ୍ପତ୍ତି କ୍ରମେ ଜେନାପୁର ଥାନାଧିକାରୀ ସୁଶାନ୍ତ କୁମାର ଦାସ ହାଟ କେଉଁଠାରେ ଚାଲିଲେ ସାମାଜିକ ଦୂରତା ବଜାୟ ରହିବ ତାର ଅନୁଧ୍ୟାନ କରି ଫେରିଛନ୍ତି । ହାଟର ଅବସ୍ଥିତି ଠାରୁ ଅଳ୍ପ ଦୂରରେ କିଛି ଦିନ ପାଇଁ ନଦୀକୂଳରେ ହାଟ ବାସାଇବାକୁ ସମସ୍ତେ ମିଳିମିଶି ମତ ଦେବାରୁ ସେଠାରେ ଚୁନରେ ମଣ୍ଡୁଳୀ କଟାଯାଇଛି । ଦୋକାନୀ ଫାଖରୁ ଅତି କମରେ ଏକ ମିଟର ଦୁରତାରେ ଲୋକମାନେ ଏହି ମଣ୍ଡଳି ଢମଧ୍ୟରେ ରହି ନିଜର ହାଟ ସଉଦା କରି ପାରିବେ । ଏହି ହାଟ ବନ୍ଦ ହୋଇଯାଇଥିବାରୁ ସେଠାକାର ସ୍ଥାନୀୟ ଲୋକମାନେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେବେ ହାଟ ଖୋଲିଲେ ଲୋକମାନଙ୍କ ପାଇଁ, ଚାଷି ମାନଙ୍କ ପାଇଁ ଏହା ବରଦାନ ସଦୃଶ୍ୟ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି । ପ୍ରଶାସନ ଏହି ହାଟ ଖୋଲିବା ପରେ ଯେପରି ସଙ୍ଗରୋଧ ନିୟମ ଭାଙ୍ଗି ଅସୁବିଧା ସୃଷ୍ଟି ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ ଲୋକମାନଙ୍କର ମତ ।

Related Posts

About The Author

Add Comment