କାଲିଠାରୁ ରାଜ୍ୟରେ ଧାନକିଣା ଆରମ୍ଭ ହେବ, ୧୦ଲକ୍ଷ୍ୟ ଉର୍ଦ୍ଧ ଧାନ କିଣା ହେବା ସରକାରଙ୍କ ଟାର୍ଗେଟ

Spread the love

ସୁନ୍ଦରଗଡ ତା୨୫/୧୧/୨୦୨୫(ସନ୍ଧାନ ନ୍ୟୁଜ) ଆସନ୍ତା କାଲି ଠାରୁ ରାଜ୍ୟରେ ଆରମ୍ଭ ହେବ ଧାନ କିଣା । ତା ସହିତ ଗତ ବର୍ଷ ତୁଳନାରେ ଏ ବର୍ଷ ଅଧିକ ଧାନ କିଣିବାକୁ ଟାର୍ଗେଟ ରଖିଥିବା ଜଣାପଡିଛି ।ଚାଷୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଥିବା ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।ଚାଷୀଙ୍କ ପାଇଁ ଖାଦ୍ୟ,ପାନୀୟ,ଶୌଚାଳୟ ର ବ୍ୟବସ୍ଥା ରହିବା ସହିତ ଠିକ ସମୟରେ ଗାଡ଼ି ପଠାଇବାକୁ ମିଲ ମାଲିକଙ୍କୁ ଅବଗତ କରାଯାଇଥିବା କଥା ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ସରକାରଙ୍କ ଧାନକିଣା ନୀତିକୁ ବିରୋଧୀ ଦଳ ବିରୋଧ କରୁଥିବା ଜଣାପଡିଛି । ଯଉ ଚାଷୀ ପାଞ୍ଜି କାରଣରୁ ବଞ୍ଚିତ ରହିଛନ୍ତି ତାଙ୍କୁ ପଞ୍ଜିକରଣ ଓ ଚାଷୀଙ୍କ ପାଇଁ ଧାନ ର ଉଚିତ୍ ଥଇଥାନ ର ବ୍ୟବସ୍ଥା ଉପରେ ବିଜେଡି ବିଧାୟକ ଅରୁଣ ସାହୁ କହିଥିବା ବେଳେ କଂଗ୍ରେସ ର ନେତା ରାମଚନ୍ଦ୍ର କାଡମ ଧାନ କଟନି ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଥିବା କହିଛନ୍ତି । ବିଭାଗୀୟ ଅଧିକାରୀ ସହିତ ମିଲରଙ୍କ ମଧୁଚନ୍ଦ୍ରିକା ନ ହେବା ପାଇଁ ବିଜେଡି କହିଛି ।

Related Posts

About The Author

Add Comment