କାର ସହିତ ବାଇକ ଧକ୍କା :ଜଣେ ଗୁରୁତର

Spread the love

ରସୁଲପୁର, ୬/୧୨(ସନ୍ଧାନ ନିଉଜ୍): 16ନମ୍ବର ଜାତୀୟ ରାଜପଥ ର ଖଣ୍ଡିତର ଛକ ନିକଟରେ ଆଜି ଦିନ ପ୍ରାୟ 12ଟା ସମୟରେ କର ସହିତ ଏକ ବାଇକ ର ଧକ୍କା ହୋଇଛି l ଏଥିରେ ବାଇକ ଆରୋହିସାମାନ୍ୟ ଆହତ ହୋଇଥିବା ବେଳେ ବାଇକ ପଛରେ ବସିଥିବା ଯୁବକ ଗୁରୁତର ଆହତ ହୋଇଛନ୍ତି l ଜଗସିଂ ପୁର ରୁ ଏକ ୱାଗନର କାର (ଓଡ଼ି 21 1486)ବାଲେଶ୍ୱର ଅଭିମୁ ଖେ ଯାଇଥିଲl ଅପରପାର୍ଶ୍ୱ ରୁ ଘସିପୁରା ଅଂଚଳର ଦୁଇ ଜଣ ଯୁବକ ବାଇକ ରେ ଆସୁଥିଲେ l ଖଣ୍ଡିତର ଡ଼ିଭାଇଡର ନିକଟରେ କାର ସହିତ ବାଇକ ର ଧକ୍କା ହୋଇଥିଲା l ସ୍ଥାନୀୟ ଲୋକମାନେ ଆହତ ଯୁବକଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲି କୁଆଖିଆ ପୋଲିସ ଘଟଣା ସ୍ଥଳରେ ପହଂଚି ଦୃଘଟଣାଗ୍ରସ୍ତ ଗାଡି ଦୁଇ ଟିକୁ ଥାନାକୁ ଆଣିଥିଲେ l ଜାତୀୟ ରାଜପଥ ଉପରେ ସଂପ୍ରଶରଣ କାଯ୍ୟ ଆଳରେ ବିଭିନ୍ନ ସ୍ଥାନରେ ମନଇଚ୍ଛା ରୋକ ଲଗାଇବା ସହ ଗୋଟିଏ ବାଟରେ ଉଭୟ ଯିବାଆସିବା ପାଇଁ ରାସ୍ତା କରିଥିବାରୁ ଅନେକ ସମୟରେ ଦୃଘଟଣା ହେଉଛି l ଗତ ସପ୍ତାହରେ ଏଠାରୁ ଅଳ୍ପ ଦୂରରେ ଏକ ଦୁର୍ଘଟଣା ହୋଇ ଜଣେ ଟ୍ରଲି ଚାଳକର ମୃତ୍ୟୁ ହୋଇଥିଲା l

Related Posts

About The Author

Add Comment