ଭଦ୍ରକ, /୯ (ସନ୍ଧାନ ନିଉଜ) : ଭଦ୍ରକ ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ନୂଆ ବସ୍ଷ୍ଟାଣ୍ଡ ନିକଟରେ କାର୍ ଧକ୍କାରେ ଦୁଇ ନାବଳକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ପରିଚୟ ଜାଭିୟର ସ୍କୁଲର ଦଶମ ଶ୍ରେଣୀର ଛାତ୍ର ଶୁଭଙ୍କର (14)ପିତା-ପ୍ରଭାକର ମଲ୍ଲିକ, ଅନ୍ୟ ଜଣକ ହେଲେ ଶିଶୁ ମନ୍ଦିରର ଅଷ୍ଟମ ଶ୍ରେଣୀର ଛାତ୍ର ସୁମିତ(12)ପିତା-ରଜତ ସାହୁ l ଉଭୟ ପରିବାର କୁଆଁସ ଗ୍ରାମ ଭଡା ନେଇ ରହୁଥିଲେ l
ପ୍ରାପ୍ତ ଖବରରୁ ଜଣାଯାଏ ଆଜି ଭୋର ପ୍ରାୟ ୫ଟା ସମୟରେ ଦୁଇ ଜଣ ନାବାଳକ ସାଇକେଲରେ ମର୍ଣ୍ଣିଂ ୱାକ୍ ପାଇଁ ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ନାଲି ରଙ୍ଗର କାର୍ (wb-2862)ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା।ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କିଛି ସମୟ ୧୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ପୁଲିସ୍ ମୃତଦେହକୁ ଉଦ୍ଧାର ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।