କାର ଚାଳକଙ୍କ ମନମୁଖି ଚାଳନାରେ ୫ଜଣ ଗୁରୁତର ହେଲେ

Spread the love

ଯାଜପୁର, ୦୮/୦୯/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜଣେ କାର ଚାଳକ ମଦ ପିଇ ଗାଡ଼ି ଚାଳନା କରୁଥିବାରୁ ଏହି ଡ୍ରାଇଭରର ଗାଡ଼ି ମାଡ଼ରେ ୫ଜଣ ବାଟୋଇ ଗୁରୁତର ହୋଇଥିବା ଜଣାଯାଇଚି । ଘଟଣାରୁ ପ୍ରକାଶ ଯେ, ସଦର ଥାନା ନିକଟସ୍ଥ ବରୁଅାଁ-ବ୍ରହ୍ମବରଦା ମଧ୍ୟସ୍ଥଳୀ ୩ଟି ଯାଗାରେ ଏହି କାର ମାଷ୍ଟର ଗାଡ଼ି ଚଳାଉଥିବାରୁ ଏହି ଡ୍ରାଇଭର ମଦ ପିଇ ଗାଡ଼ି ଚଳାଉଥିବା ବେଳେ, ଖଣ୍ଡାସ ଛକ ଖଣ୍ଡେଇସୁଣୀ ମନ୍ଦିର ନିକଟରେ ଏବଂ ଝାଲପଡ଼ା ଛକରେ ଦୃଘଟଣା ଘଟାଇଚି । ଉତ୍ତେଜନା ଦେଖାଦେବାରୁ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚô ଲୋକମାନଙ୍କୁ ବୁଝା ସୁଝା କରାଇବା ସହିତ ଏଠାରେ ସୂଚନା ଯୋଗ୍ୟ ଯେ, ରାତି ୯ଘଟିକା ସମୟରେ ବ୍ରହ୍ମବରଦା ଆଡ଼ୁ ଦୃତ ଗତିରେ ମାଡ଼ି ଆସି ଗାଡ଼ି ନଂ ହୁ୍ୟଣ୍ଡାଇ ଓଡ଼ି୨୦ବିଏମ୍୮୮୩୯ ଏହି କାରଟି ଭାରସାମ୍ୟ ହରାଇବାରୁ ଖଣ୍ଡାସ ନିକଟରେ ଚାଲି ଚାଲି ଯାଉଥିବା ବାଲିଗୁଡ଼ା ଗ୍ରାମର ପୁର୍ଣ୍ଣଚନ୍ଦ୍ର ପାଣିଗ୍ରାହିଙ୍କୁ ଧକ୍କା ଦେଇଥିଲା । ସେହିପରି ଏହି ଗାଡ଼ିଟି ଖଣ୍ଡେଇସୁଣୀ ମନ୍ଦିର ନିକଟରେ ବାଇକ ଧକ୍କା ଦେଇଥିବା ବେଳେ, ବାଇକ ଚାଳକ ଗୁରୁତର ହୋଇଥିଲେ । ସେହିପରି ଦୃତଗତିରେ ଏହି କାରଟି ଯାଇ ଝାଲପଡ଼ା ଛକ ନିକଟରେ ଆଣୁଥିବା ହରିପୁର ହାଟରେ ବ୍ରହ୍ମବରଦା ଅଭିମୁଖେ ଏକ ଅଟୋକୁ ଧକ୍କା ଦେଇଥିଲା । ଆଳୁ ଗାଡ଼ି ନଂ ଓଡ଼ି୩୪ଏନ୍୬୩୯୨ ସହିତ ଧକ୍କା ଦେଇଥିଲା । ଯାହା ଫଳରେ ଆଳୁ ବୋଝେଇ ଗାଡ଼ିଟି ଭାରସାମ୍ୟ ହରାଇବାରୁ ଗଛରେ ପିଟି ହୋଇଥିଲା । ଏହି କାରଟିର ଧକ୍କା ହେବା ଫଳରେ ଭାଙ୍ଗିଯାଇଥିଲା । ସ୍ଥାନୀୟ ଗ୍ରାମବାସୀମାନେ ଆହତ ପୁର୍ଣ୍ଣଚନ୍ଦ୍ର ପାଣିଗ୍ରାହିକୁ ଉଦ୍ଧାର କରିଥିବା ବେଳେ, ରିପୋଟ ଲେଖା ହେବା ବେଳକୁ ଗୁରୁତର ଥିବା ଜଣାଯାଇଚି । କାରରେ ରହିଥିବା ୩ଜଣ ଯୁବକ ଗୁରୁତର ହୋଇଛନ୍ତି । ସେମାନେ ହେଲେ ଖଣ୍ଡାସ ଗ୍ରାମର ଗଙ୍ଗାଧର ଜେନା, କାର ଚାଳକଙ୍କ ଘର କୋଠସାହି ଗ୍ରାମରେ ବୋଲି ଜଣାଯାଇଚି । ଯାଜପୁର ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚô ଆହତ ହୋଇଥିବା ଲୋକାମାନଙ୍କୁ ଯାଜପୁର ମେଡିକାଲ ପଠାଇଥିବା ବେଳେ, ଦୃଘଟଣା ଘଟାଇଥିବା ଗାଡ଼ିକୁ ସଦର ଥାନା ପୋଲିସ ଜବତ କରିବା ସହିତ ଡ୍ରାଇଭରକୁ ଅକଟ ରଖାଯାଇଚି ।

Related Posts

About The Author

Add Comment