ନୀଳଗିରି, 21.01.2021( ସନ୍ଧାନ ନିଉଜ୍ ଲିଙ୍ଗରାଜ ପଣ୍ଡା):- ବାଲେଶ୍ଵର ଜିଲ୍ଲା ସେରଗଡ ଉଦଳା ରାସ୍ତା ଆମ୍ବୁଡ଼ିହା ଅଞ୍ଚଳରେ କାର୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ବାଲେଶ୍ଵର ଜିଲ୍ଲା ସିନ୍ଧିଆ ଗାଁର କାର୍ତ୍ତିକ ନାୟକ । ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ସେରଗଡ ଉଦଳା ରାସ୍ତା ଆମ୍ବୁଡ଼ିହାରେ ଓଡ଼ି୦୫ଏଏକ୍ସ-୪୦୪୫ ନମ୍ବର ବିଶିଷ୍ଟ ଏକ ଇଣ୍ଡିଗୋ କାର୍ ନୀଳଗିରି ଆଡକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ସିନ୍ଧିଆ ଗାଁର କାର୍ତ୍ତିକଙ୍କୁ ଧକ୍କାଦେଇ ପଳାଇ ଯାଇଥିଲା । ଘଟଣାସ୍ଥଳରେ କାର୍ତ୍ତିକଙ୍କର ମୃତ୍ୟ ହୋଇଥିବା ଜଣାପଡିଛି । ଖନ୍ତାପଡା ପୋଲିସ ତଦନ୍ତ କରି ଶବଟିକୁ ପୋଷ୍ଟମର୍ଟମ ପାଇଁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରିଛି ।
କାର୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ
|
January 21, 2021 |