କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଲେ‌ ସାଂସଦ

Spread the love

ବାରିପଦା ୪/୮ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- କୁଳିଡିହି ସିଆରସିସି ଶିବଶଙ୍କର ଅଧିକାରୀଙ୍କୁ ବିଭାଗ ତରଫରୁ ଅହେତୁକ ଅନୁକମ୍ପା ଦେଖାଯାଉଥିବା ଅଭିଯୋଗ ହୋଇଛି ।ଅଭିଯାଗମୁତାବକ ସେ ପୂର୍ବରୁ କୋଷ୍ଠା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ଅ ପ୍ରଧାନଶିକ୍ଷକ ଭାବେ ତା. ୬.୨.୨୦୦୮ରୁ ତା. ୧୭.୬.୨୦୧୫ ପ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଉକ୍ତ କାର୍ଯ୍ୟକାଳ ସମୟରେ ସେ କୁଳିଡିହି ସିଆରସିସି ଭାବେ ମଧ୍ୟ ତା ୨୪.୮.୨୦୧୪ରୁ ତା. କ ୨୬.୯.୨୦୧୭ ପର୍ଯ୍ୟନ୍ତ ଅତିରିକ୍ତ ଦାୟିତ୍ବରେ ଥିଲେ । ତେବେ କ ଜଣେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ସିଆରସିସି ଭାବେ ଅତିରିକ୍ତ ବି ଦାୟିତ୍ବ ଦିଆଯିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉକ୍ତ ଶିକ୍ଷକ ଦୀର୍ଘ ୩ ବର୍ଷ କାଳ ଅତିରିକ୍ତ ସିଆରସିସି ଭଳି ଏହି ଗୁରୁତ୍ବ ପୂର୍ଣ୍ଣ ପଦବିରେ ରହିଥିଲେ । ପରେ ପୁଣିଥରେ ତାଙ୍କୁ  ତା, ୨୭.୯.୨୦୧୭ରୁ ୫ ବର୍ଷ ପାଇଁ ସ୍ଥାୟୀ ସିଆରସିସି ଭାବେ ନିଯୁକ୍ତି ଦିଆଯାଇଛି । ପ୍ରତି ୫ ବର୍ଷରେ ଥରେ ସିଆରସିସିମାନଙ୍କୁ ନିଜ ପବବିରୁ ବାହାର କରାଯାଇ ନୂତନ ସିଆରସିସି ନିଯୁକ୍ତି କରାଯାଉଥିବାବେଳେ ଦୀର୍ଘ ୩ ବର୍ଷ ଧରି ଅତିରିକ୍ତ ଦାୟିତ୍ବରେ ଥିବା ଜଣେ ସିଆରସିସିଙ୍କୁ କିପରି ପୁଣି ୫ ବର୍ଷ ପାଇଁ ଏହି ଦାୟିତ୍ବ ମିଳିପାରିଲା ତାହାକୁ ନେଇ ସନ୍ଦେହ ଉପୁଜିଛି।

             ପ୍ରଥମେ ପ୍ରଧାନ ଶିକ୍ଷକ ଦାୟିତ୍ବରେ ଥାଇ ୩ବର୍ଷ ପାଇଁ । ଅତିରିକ୍ତ ସିଆରସିସି ଭାବେ ନିଯୁକ୍ତି ଓ ପରେ ପୁଣିଥରେ ୫ବର୍ଷ ପାଇଁ ସିଆରସିସି ଭାବେ ନିଯୁକ୍ତିର ସୁଯୋଗ ଦିଆଯିବା ପଛରେ ମନ୍ଦ ଉଦ୍ଦେଶ୍ୟ ନିହୀତ ଥିବା ଅଭିଯୋଗ ହୋଇଛି । ଶିକ୍ଷକ କଣଙ୍କୁ ଲାଭ ପହଞ୍ଚାଇବା ଉଦେଶ୍ୟରେ ଏହିପରି କରାଯାଇଥିବା କଥାକୁ ଏଡାଇ ଦିଆଯାଇ ପାରିବନାହିଁ । ଯଦି ଜଣକୁ ବାରମ୍ବାର । ସିଆରସିସି ନିଯୁକ୍ତି ଦିଆଯିବାରେ ଅସୁବିଧାନାହିଁ ତେବେ ୫ ବର୍ଷ ପରେ ନୂତନ ସିଆରସିସି ନିଯୁକ୍ତି କାହିଁକି କରାଯାଉଛି ବୋଲି  ପ୍ରଶ୍ନ ଉଠୁଛି ? ଜଣକୁ ହିଁ ଥରେ ୩ ବର୍ଷ ପାଇଁ ସିଆରସିସିର ଅତିରିକ୍ତ ଦାୟିତ୍ବ ଓ ପରେ ପୁଣି ୫ ବର୍ଷ ପାଇଁ ଏହି ପଦବିରେ ନିଯୁକ୍ତି ଦେଇ ବିଭାଗ ତରଫରୁ କ’ଣ ସୂଚାଇ ଦିଆଯାଉଛି ? ଘଟଣାଟି ସଂସଦ ଇଂ ବିଶେଶ୍ବର ଟୁଡୁଙ୍କ ନଜରକୁ ଆସିବା । ପରେ ସେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠି ଲେଖୁଛନ୍ତି ।

Related Posts

About The Author

Add Comment