କାର୍ଯ୍ୟରେ ଲାଗୁନି ଚଣ୍ଡିଖୋଲ ଛକ ଗଳିପୋଲ, ଦୃଘଟଣାରେ ପଢୁଛନ୍ତି ପଥଚାରୀ

Spread the love

ବଡ଼ଚଣା ୧୩/୭(ସନ୍ଧାନ ନିୟୁଜ/ମାନସ ରାଉତ)- ତିନୋଟି ଜାତୀୟ ରାଜପଥର ସଂଯୋଗ ସ୍ଥଳ ଚଣ୍ଡିଖୋଳ ଏକ ବ୍ୟସ୍ତ ବହୁଳ ସ୍ଥାନ ଭାବରେ ଓଡ଼ିଶାରେ ପରିଚିତ । ଏଠାରୁ ଦୈନିକ ହଜାର ହଜାର ଯାତ୍ରୀ ଭାରତର ବିଭିନ୍ନ ସସ୍ଥାନକୁ ଯାତ୍ରା କରିଥାନ୍ତି । ମାତ୍ରଏଠାରେ ସର୍ବନିମ୍ନ ଆବଶ୍ୟକତା ଶୌଚାଳୟ,ଯାତ୍ରୀ ବିଶ୍ରାମଗାର, ପାନିୟ ଜଳର ବ୍ୟବସ୍ଥା ସହିତ ବିପର୍ଯ୍ୟସ୍ଥ ଟ୍ରାଫିକ ବ୍ୟବସ୍ଥା ଯୋଗୁଁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରାସ୍ତା ପ୍ରଶସ୍ତିକରଣ ସମୟରେ ଜାତୀୟ ରାଜପଥ ପ୍ରାଧିକରଣ ର ତ୍ରୁଟିପୂର୍ଣ୍ଣ ନକ୍ସା ଯୋଗୁ ଚଣ୍ଡିଖୋଲର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି । ଦୀର୍ଘ ଦିନ ହେଲା ଏଠାରେ ଏକ ଫ୍ଲାଏ ଓଭର ବ୍ରିଜ ନିର୍ମାାଣ କରିବାକୁ ବିଭିନ୍ନ ସାମାଜିକ ସଂଗଂନ ଆନେ୍ଦାଳନ କରିଥିଲେ ମଧ୍ୟ ସେଥିପ୍ରତି ଜାତୀୟ ରାଜପଥ ପ୍ରାଧିକରଣ ଧ୍ୟାନ ଦେଇନାହିଁ । ଫଳରେ ଏଠାରେ ଦୈନଦିନ ଛୋଟବଡ଼ ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଛି । ଚଣ୍ଡିଖୋଲ ଛକ ଟ୍ରାଫିକ ନିକଟେରେ ପଶ୍ଚିମ ପଟରୁ ରାସ୍ତା ପାର ହେବାପାଇଁ ଓ ପୁର୍ବ ପଟରୁ ଆସୁଥିବା ଯାତ୍ରୀମାନେ ଯିବା ଆସିବା କରିବା ପାଇଁ ଏକ ଗଳି ପୋଲ ନିର୍ମାଣ କରାଯାଇଛି । ମାତ୍ର ଏହି ଗଳି ପୋଲ ଯାତ୍ରୀ ଯିବା ଆସିବା ପାଇଁ କୌଣସି କାମରେ ଲାଗୁନାହିଁ । ଏହି ଗଳି ପୋଲର ଆଗରେ ଉଠା ବ୍ୟବସାୟୀ ମାନେବ୍ୟବସାୟ କରିବା ସହିତ ଝାଡ଼ା ପରିଶ୍ରା ସହିତ ପଚାସଢା ଜିନିଷ ସମେତ ବହୁ ବର୍ଜ୍ୟ ବସ୍ତୁ ଫୋପାଡ଼ଉଛନ୍ତି । ଗଳି ପୋଲଟି ବର୍ଷ ସାରା ପାଣି ଭିତରେ ବୁଡ଼ି ରହୁଛି । ଏହି ଗଳି ପୋଲଟି ବ୍ୟବହୃତ ନହୋଇ ପରିତ୍ୟକ୍ତ ହୋଇ ପଡ଼ିରହିଛି ।ଜାତୀୟ ରାଜପଥ ପ୍ରାଧିକରଣ ବଭାଗର ଇଛା ଶକ୍ତିର ଅଭାବ ଯୋଗୁଁ ଚଣ୍ଡିଖୋଲ ଛକର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହିତ ଏହା ଉପରେ ନିର୍ଭର କରିଚଳୁଥିବା ଶହ ଶହ ବ୍ୟବସାୟୀଙ୍କର ଜୀବନ ଜୀବିକା ପ୍ରବାଭିତ ହେଉଛି । ତୃଟିପୁର୍ଣ୍ଣ ନିର୍ମାଣ ନକ୍ସା ଯୋଗୁଁ ଚଣ୍ଟିଖୋଲ ଛକ ଶ୍ରୀହିନ ହେଉଛି । ଏଥିପ୍ରତି ଉପଯୁକ୍ତ ପଦକ୍ଷେପ ନେବାକୁ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ନିକଟରେ ସାଧାରଣରେ ଦାବୀ ହୋଇଛି ।

Related Posts

About The Author

Add Comment