ବଡସାହି,15.12.2020 (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା)- ସରକାର ବେକାରୀ ଯୁବକମାନଙ୍କ ପାଇଁ ବିଭିନ୍ନ ପ୍ରକାର ଜନହିତକାରୀ ଯୋଜନାରେ ଅର୍ଥ ଯୋଗାଉଥିବା ୬ ବେଳେ ସରକାରୀ ଅଧୁରୀଙ୍କ ଖାମଖୁଲି ମନୋଭାବ ପାଇଁ ତାହା ଫଳପ୍ରଦ ହୋଇପାରୁ ନାହିଁ । ଏହାର କଳନ୍ତ ଉଦାହରଣ ଦେବାକୁ ମିଳିଛି ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ଦୀର୍ଘ ଦିନ ଧରି ସମ୍ପୂର୍ଣ୍ଣ ହୋଇ ରହିଥିବା ମାର୍କେଟ କମ୍ପ୍ଲେକ୍ସ ଗୃହରେ କୋଭିତରେ ବାହାର ରାଜ୍ୟରୁ ଫେରି ଆସିଥିବା ବହୁ ବେକାରୀ ଯୁବକମାନେ କୌଣସି କାମ ଧନ୍ଦା ନ ପାଇ ବେକାର ବୁଲୁଥିବା ବେଳେ ବିଭିନ୍ନ ଫତାୟତରେ ସମ୍ପୂର୍ଣ୍ଣ ହୋଇ ପଡ଼ିରହିଥିବା ଏହିଭଳି ମାର୍କେଟ କ ଗୁଡିକ ସେମାନଙ୍କୁ ଭଡା ସୂତ୍ରରେ ଦେଲେ ଫଚାୟତ ରାଜସ୍ବ ପାଇବା ସହ ବେକାରୀମାନେ ନିଜର ଫୁଜରାଣ ମେଣ୍ଟାଇ ପାରନ୍ତେ । ମାତ୍ର ଫଚାୟତ ଅଫିସସରମାନଙ୍କରଖାମଖ୍ଆଲି ମନୋଭାବ ପାଇଁ ତାହା ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟଦୀର୍ଘଦିନ ଧରି ପଡି ରହିଅଛି । ପ୍ରକାଶ ଥାଉକି ବ୍ଲକ କାର୍ଯ୍ୟାଳୟକୁ ଲାଗି ବଡ଼ସାହି ଗ୍ରାମଫଚାୟତ ମୁଖ୍ୟ ରାସ୍ତା ପାର୍ଶ୍ବରେ ୬ଗୋଟି ମାର୍କେଟ କମ୍ପ୍ଲେକ୍ସ ଦୀର୍ଘ ୨ ବର୍ଷପାଖାପାଖା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଅଦ୍ୟାବ ତାହାର ଟେଣ୍ଡର ପ୍ରକ୍ରିୟା କରାଯାଇ ନାହିଁ । ବଡସାହି ମୁଖ୍ୟ ରାସ୍ତାପ୍ରଶସ୍ତିକରଣ କାର୍ଯ୍ୟ ଚାଲୁଥିବା ବେଳେ କିଛି ଦୋକାନୀ ଭାଇମାନେ ନିଜର ଦୋକାନ ହରାଇ ବସିଛନ୍ତି । ବ୍ଲକକାର୍ଯ୍ୟାଳୟକୁ ଲାଗି ଉକ୍ତ କମ୍ପଲେକ୍ସ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବାରୁ ସେଗୁଡିକ ନେବା ପାଇଁ ସ୍ଥାନୀୟ ଦୋକାନୀଭାଇମାନଙ୍କ ମଧ୍ୟରେ ଆଗ୍ରହ ଥିବା ସତ୍ତ୍ୱେ କେଉଁ ସ୍ବାର୍ଥରେ ଏହି ଗୃହଗୁଡିକ ଭଡାସୂତ୍ରରେ ଦିଆଯାଉ ନାହିଁ ବୋଲିଗୋଷ୍ଠୀ ଉନ୍ନୟନ ଅଧୁକାରୀଙ୍କୁ ପଚାରିବାରୁ ସେ ଦୁଃଖ ପ୍ରକାଶ କରିବା ସହିତ ସମସ୍ତ ୩୦ ଗୋଟି ଗ୍ରାମଫଚାୟତରପିଇଓଙ୍କୁ ସମ୍ପୂର୍ଣ୍ଣ ହୋଇଥିବା ମାର୍କେଟ କମ୍ପଲେକ୍ସ ଗୃହ ଡିସେମ୍ବର ପହିଲା ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ପାଇଁସପ୍ତାହେ ପୂର୍ବରୁ ତାଗିଦ କରିଥିବା କହିଛନ୍ତି ।
କାର୍ଯ୍ୟରେ ଆସୁନି ସରକାରୀ ମାର୍କେଟ କମ୍ପ୍ଲେକ୍ସ
|
December 15, 2020 |



