ଢେଙ୍କାନାଳ, ୧୬/୧୧ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) : ପିଇଓଙ୍କୁ ପଞ୍ଚାୟତ କାର୍ଯ୍ୟଳୟରେ ଜୋତାରେ ପିଟିଲେ ମହିଳା ।ଲାଞ୍ଚନେଲେ ହେଲେ କାମ କଲେନି ଯାହାକୁ ନେଇ ମହିଳାଙ୍କ ଆକ୍ରୋଶର ଶିକାର ହେଲେ ପିଇଓ ।ଏହି ଘଟଣାଟି ଘଟିଛି ଢେ଼ଙ୍କାନାଳ ଜିଲ୍ଲା କଙ୍କଡା ହାଡ଼ ବ୍ଲକ ଅନ୍ତର୍ଗତ ଘାଘାରାଇ ମୁଣ୍ଡା ପଞ୍ଚାୟତ ଅଫିସରେ । ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ପିଇଓ ଲାଞ୍ଚ ନେଉଥିବା ଅଭିଯୋଗ କରିଛନ୍ତି ମହିଳା ଆଉ ନିରୀହ ଲୋକଙ୍କୁ ଠକିଲେ କଣ ହୁଏ ତାର ନିଛକ ଦୃଶ୍ୟ ଦେଖିବାକୁ ମିଳିଛି ଘାଘାରାଇ ମୁଣ୍ଡା ପଞ୍ଚାୟତ ଅଫିସିରେ । ହିତାଧିକାରୀଙ୍କ ଠାରୁ ଲାଞ୍ଚ ନେଇ ଆବାସ ନଦେବାରୁ ସରକାରୀ ବାବୁଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ମହିଳା ।ମାଡ଼ ଖାଉଥିବା ବାବୁ ଜଣଙ୍କ ଘାଘାରାଇମୁଣ୍ଡା ପଞ୍ଚାୟତ ନିର୍ବାହି ଅଧିକାରୀ ବସନ୍ତ ବେହେରା ,ପିଇଓ ଟଙ୍କା ନେବା କଥା ଜଣା ପଡିବା ପରେ ,ନେଇଥିବା ଟଙ୍କା ଫେରାଇବାକୁ ଅଡ଼ି ବସିଥିଲେ ଲୋକେ ,ହେଲେ ଟଙ୍କା ଫେରି ନପାଇବାରୁ ତାଙ୍କୁ ଘେରି ଯାଇ ଜୋତାରେ ମାଡ଼ ମାରିଥିଲେ ।କଳା କାରନାମା ପଦାରେ ପଡିଯିବା ଭୟରେ ବାବୁ ମଧ୍ୟ କାନ ମୁଣ୍ଡ ଆଉଁସି ବାଧ୍ୟ ହୋଇ ଚୁପ ରହିଥିଲେ ,ହେଲେ କେହିଜଣେ ଏହି ଭିଡ଼ିଓକୁ ସୋସିଆଲ ମିଡିଆରେ ଭାଇରଲ କରିବା ପରେ ଏହି ଘଟଣା ପଦାକୁ ଆସିଛି ।
କାର୍ଯ୍ୟରତ ପିଇଓଙ୍କୁ ଜୋତାରେ ପିଟିଲେ ମହିଳା
|
November 16, 2019 |



