ରାଉରକେଲା, ୧୯/୧୧ (ସନ୍ଧାନ ନିଉଜ/ସୁବୋଧ ନାୟକ ): ପବିତ୍ର କାର୍ତିକ ସରିଲାଣି । ତଥାପି ପରିବା ବଜାରରେ ବିଭିନ୍ନ ପରିବ ।ଦର ଆକାଶଛୁଆଁ ରହିଛି । ରାଉରକେଲାରେ ତମୁନି ପରିବା ଦରର ତାତି । ଗୋଟିଏ ପଟେ ପିଆଜର ଅହେତୁକ ଦର ଲୋକଙ୍କୁ କନ୍ଦାଉଥିବା ବେଳେ, ଏବେ ପରିବା ନିରାମିଷାଷୀ ମାନଙ୍କ ପାଇଁ ସଉତୁଣୀ ସାଜିଛି । ରାଉରକେଲା ପରିବା ବଜାରରେ ବାଇଗଣ, ଟମାଟୋ ୩୦ ଟଙ୍କା, ଭେଣ୍ଡି ପୋଟଳ ୬୦ ଟଙ୍କା, ଫୁଲକୋବି ୮୦ ଟଙ୍କା, ବନ୍ଧାକୋବି ୪୦ ଟଙ୍କା, ଗାଜର ୫୦ ଟଙ୍କାରୁ ଉର୍ଦ୍ଧ ରହିଛି । ଏହାକୁ ନେଇ ରାଉରକେଲାବାସିନ୍ଦା ଚିନ୍ତାରେ ପଡ଼ି ଯାଇଛନ୍ତି ।
କାର୍ତିକ ସରିଲା, ରାଉରକେଲା ପରିବା ବଜାରରୁ ନିଆଁ ଲିଭୁନି
|
November 19, 2019 |



