ବାରିପଦା ୦୯/୦୮/୨୦୨୦ (ସନ୍ଧାନ ନିଉଜ)- କୋଭିଡ଼ ସଂକ୍ରମଣ ଭୟରେ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ମୟୁରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକରୁ ହଜାର ହଜାର ପ୍ରବାସୀ ଶ୍ରମିକ ଜୀବନ ବିକଳରେ ନିଜ ଗାଁ ଭିଟାମାଟିକୁ ଫେରିଛନ୍ତି । ଗତ ମାର୍ଚ୍ଚ ମାସରୁ ଏପ୍ରିଲ ମାସ ଭିତରେ ପ୍ରାୟତଃ ସବୁ ଶ୍ରମିକ ବହୁ କଷ୍ଟରେ ଗାଁକୁ ଫେରି ନିଜ ଅଞ୍ଚଳରେ କାମଧନ୍ଦା ନପାଇ ହାତଗୋଡ଼ ବାନ୍ଧି ଘରେ ବସିବାକୁ ବାଧ୍ୟ ହୋଇଛନ୍ତି । ନିଜ ନିଜ ପଞ୍ଚାୟତରେ ସରକାରୀ କାମ ପାଇଁ ପଞ୍ଚାୟତ ଅଫିସକୁ ଯାଇ କାମ ନପାଇ ନିରାଶ ହେବା ପରେ ଏବେ କାମ ପାଇଁ ପ୍ରତିଦିନ ନିଜ ନିଜ ୨ ବ୍ଲକ କାର୍ଯ୍ୟାଳୟକୁ ଦଳଦଳ ହୋଇ ଯାଇ ନିରାଶରେ ଫେରୁଛନ୍ତି । ସବୁ ଲୋକଙ୍କୁ ସରକାର ପ୍ରଧାନମନ୍ତ୍ରୀ ଠାରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ବିଭିନ୍ନ ସ୍କିମରେ କାମ ଯୋଗାଇଦେବେ ବୋଲି ଦୂରଦର୍ଶନ ପରଦାରେ ପ୍ରତିଶ୍ରୁତି ଦେଇଥିଲେ ହେଲେ । କୌଣସି କାମର ନାମ ଗନ୍ଧ ନାହିଁ କି ଜିଲ୍ଲାରେ କୌଣସି ବଡ଼ ଧରଣର ପ୍ରକଳ୍ପ ମଧ୍ୟ ନାହିଁ । କେବଳ ଗ୍ରାପ କାର୍ଯ୍ୟାଳୟରୁ ମୁଣ୍ଡପିଛା ପାଞ୍ଚକେଜି ଚାଉଳ ଏକ କେଜି ଡ଼ାଲି ମାତ୍ର ଏକ ହଜାର ଟଙ୍କାରେ ପଛରେ ଚଳାଇବା ଏହି ପ୍ରବାସୀ ଶ୍ରମିକଙ୍କ ପାଇଁ ଗୁରୁତର ସମସ୍ୟା ହୋଇଯାଉଛି । ପ୍ରବାସୀ ଶ୍ରମିକମାନେ ନିରାଶ ଓ ହତାଶ ହୋଇଶେଷରେ କାମ ପାଇବାର ଆଶାଇ ବ୍ଲକ କାର୍ଯ୍ୟାଳୟକୁ ଆସୁଥିଲେ କାମ ଧନ୍ଦା କଛି ନପାଇ ପୁଣି ଅପରାହ୍ନରେ ଗାକୁ ନିରାଶହୋଇ ଫେରୁଥିବା ଦେଖାଯାଉଛି । ହଜାର ହଜାର ସଂଖ୍ୟାର ବେକାର ପ୍ରବାସୀ ଶ୍ରମିକମାନଙ୍କ ଭାଗ୍ୟ ଓ ଭବିଷ୍ୟତ ଆଶଙ୍କାରେ ଥିବା ବେଳେ ସ୍ଥାନୀୟ ଜନପ୍ରତିନିଧଧିଙ୍କ ପ୍ରତି ଦରଦ ଥିବା ଭଳି ମନେ ହେଉନାହିଁ । ଗାଁ ଗଣ୍ଡା ଠାରୁ ସହର ପର୍ଯ୍ୟନ୍ତ ବିଭିନ୍ନ ବୁରି ଓ ପେଷା ଉପରେ ନିର୍ଭର କରି ଚଳୁଥିବା ବ୍ୟକ୍ତିମାନେ ମଧ୍ୟ ଲକ ଡ଼ାଉନର କଟକଣାରେ ପେଷି ହୋଇଯାଇ ପ୍ରମାଦ ଗଣୁଛନ୍ତି କଡ଼ାଉନ ଓ ସଟିଡ଼ାଉନର ଅବଧି ସଂକ୍ରମଣ ବ୍ୟାପିବା ପାଇଁ ଯେତେ ବଢିଚାଲିଛି କନଜୀବନ ସମସ୍ୟା ମଧ୍ୟ ସମାନ ଭାବରେ ବଢିଚାଲିଛି ବିଭିନ୍ନ କାମ ପାଇଁ ଜେସିବି ବ୍ୟବହୃତ ହେଉଥିବାରୁ ଶ୍ରମିକଙ୍କ ପେଟକୁ ନାତ ମାରିବା ଭଳି ହୋଇଥିଲେ । କେବଳ କାଗଜ ପତ୍ରରେ ଯୋଜନାର କାମ ଚାଲିଛି । ଏହି ସଙ୍କଟି ଜନକ ପରିସ୍ଥିତିର ପ୍ରବାସୀ ଶ୍ରମିକମାନେ କିଭରି ପରିବାର ପ୍ରତିପୋଷଣ କରିବେ ଏହା ଏବେ । ବେତନଟୀ ଅଞ୍ଚଳର ଶ୍ରମିକମାନଙ୍କ ଲ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ।
କାମ ଲାଗି ପ୍ରବାସୀ ବ୍ଲକ ଅଫିସକୁ ଯାଇ ନିରାଶରେ ଫେରୁଛନ୍ତି
|
August 9, 2020 |