ବାରିପଦା, ୨୮/୧୨/୨୦୨୦(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): ବାରିପଦା ପୌରାଞ୍ଚଳର ୱାର୍ଡ ନମ୍ବର ୧ ଝିଞ୍ଜିରିବନ୍ଧ ପରିବା ମାକେର୍ଟ) ନିକଟ ଶା ଅଙ୍ଗନବାଡ଼ି କେନ୍ଦ୍ର ପାର୍ଶ୍ଵରେ ୟୁଡବ୍ଲ୍ୟୁଇଆଇ ଯୋଜନାରେ ୫ଲକ୍ଷ ୪୫ ହଜାର ଟଙ୍କା ବ୍ୟୟ ବରାଦରେ ନିର୍ମିତ ମାଇକ୍ରୋ ଏକ୍ଟିଭିଟି ସେଣ୍ଟର ନିର୍ମାଣ କାର୍ଯ୍ୟ ନିମ୍ନମାନର ବୋଲି ଅଭିଯୋଗ ହୋଇଛି । ଏଥିସହ ଏଠାରେ ଲାଗିଥିବା ସୂଚନା ଫଳକରେ ତ୍ରୁଟି ଓ ପିଲାମାନଙ୍କ ଖେଳିବା ନିମନ୍ତେ ଲଗାଯାଇଥିବା ଖେଳ ସରଞ୍ଜାମ ଏକାଧିକ ଥର ମରାମତି କରାଯାଇଥିଲେ ମଧ୍ୟ ଏବେ ଭାଙ୍ଗି ତଳେ ଗଡୁଥିବା ଦେଖିବାକୁ ମିଳୁଛି। ଏ ନେଇ ଜନଅସନ୍ତୋଷ ଦେଖାଦେଇଛି। ସୂଚନାଯୋଗ୍ୟ, ବସ୍ତିବାସିନ୍ଦାଙ୍କ ସାମୂହିକ ବା ଗୋଷ୍ଠୀଗତ କାର୍ଯ୍ୟ ଏବଂ ପିଲାମାନଙ୍କ ଖେଳକୁଦ ପାଇଁ ଏହି ସେଣ୍ଟର ସ୍ଥାପନ ହୋଇଥିଲା। ହେଲେ ଏବେ ଉକ୍ତ ମାଇକ୍ରୋ ଏକ୍ଟିଭିଟି ସେଣ୍ଟର ନିର୍ମାଣରେ ସ୍ୱଚ୍ଛତାକୁ ନେଇ ଉଠିଛି ପ୍ରଶ୍ନ ଭଞ୍ଜସେନା ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀଙ୍କ ଅଭିଯୋଗ ଅନୁଯାୟୀ, ନିର୍ମାଣ କାର୍ଯ୍ୟରେ ସର୍ବାଧିକ ୩ ଲକ୍ଷ ଟଙ୍କା ମଧ୍ୟରେ ଖର୍ଚ୍ଚ ହୋଇଥିବ। ବାକିଟଙ୍କା କେଉଁଠି ଖର୍ଚ୍ଚ ହେଲା ଏହାର ନିରପେକ୍ଷ ତଦନ୍ତ ପାଇଁ ସେ ଦାବି କରିଛନ୍ତି। ଓଡ଼ିଆ ଭାଷା ଆନ୍ଦୋଳନ, ମୟୂରଭଞ୍ଜ ଜିଲ୍ଲା ସଭାପତି ଶରତ ଚନ୍ଦ୍ର ନାୟକ ଏଠାରେ ଲାଗିଥିବା ତ୍ରୁଟିପୂର୍ଣ୍ଣ ସୂଚନା ଫଳକ ପାଇଁ ପୌରପରିଷଦ କର୍ତ୍ତୁପକ୍ଷଙ୍କ ଭତ୍ସନା କରିଛନ୍ତି। ତ୍ରୁଟିପୂର୍ଣ୍ଣ ଫଳକକୁ ତୁରନ୍ତ ସର୍ବସାଧାରଣ ସ୍ଥାନରୁ ହଟାଇବା ନିମନ୍ତେ ସେ ଦାବି କରିଛନ୍ତି। ଏ ନେଇ ପୌର ପରିଷଦର ସହକାରୀ ଯନ୍ତ୍ରୀ ମନମୋହନ ମହାପାତ୍ରଙ୍କୁ ପଚାରିବାରୁ ଭୁତ୍ରଟିର ତର୍ଜମା କରି ଖୁବ୍ ଶ୍ରୀଘ୍ର ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
କାମରେ ଲାଗୁନି ଲକ୍ଷାଧିକ ଟଙ୍କାର ପ୍ରକଳ୍ପ
|
December 28, 2020 |