କାମରେ ଆସୁନି ଜେଲ ହସ୍‌ପିଟାଲ, କଏଦୀଙ୍କୁ ମିଳୁନି ଉତ୍ତମ ଚିକିତ୍ସା ସୁବିଧା

Spread the love

ବାରିପଦା, ୦୬.୦୧.୨୦୨୧ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ବାରିପଦା କେନ୍ଦ୍ରୀୟ କାରାଗାରରେ ଜେଲ୍ ଅନ୍ତେବାସୀଙ୍କ ଚିକିତ୍ସା ପାଇଁ ରହିଛି ହସ୍‌ପିଟାଲ। ମାତ୍ର ସେଠାରେ କଏଦୀମାନଙ୍କୁ ଉତ୍ତମ ଚିକିତ୍ସା ସୁବିଧା ମିଳୁନଥିବା ଅଭିଯୋଗ ହୋଇଆସୁଛି । ଆଜି ବାରିପଦା କାରାଗାରରେ ବିଚାରଧୀନ ମହିଳା କଏଦୀଙ୍କ ମୃତ୍ୟୁ ପରେ ଉପରୋକ୍ତ ଅଭିଯୋଗ ଆହୁରି ଦୃଢ଼ୀଭୁତ ହୋଇଛି । ବଧୂହତ୍ୟା ମାମଲାରେ ବାରିପଦା ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ-୫, ବାବୁସାହିର ଗୀତା‌ରାୟ (୫୬)  କାମରେ ଆସୁନି ଗତବର୍ଷ ଅଗଷ୍ଟ ମାସ ୫ତାରିଖରୁ କଏଦୀଙ୍କୁ ମିଳୁନି  ବାରିପଦା କେନ୍ଦ୍ରୀୟ । ସପ୍ତାହେ ମଧ୍ୟରେ ଦୁଇ ଜେଲ୍‌ରେ ଜଣେ ବିଚାରଧୀନ କଏଦୀ ଭାବେ ରହି ଆସୁଥିଲେ। ଆଜି ସକାଳୁ ତାଙ୍କ ଦେହ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ଗୀତାଙ୍କୁ ପ୍ରାୟ ୯.୧୦ ମିନିଟ୍ ସମୟରେ ପିଆରଏମ୍ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ମଧ୍ୟାହ୍ନ ପ୍ରାୟ ୧୧.୫୫ରେ ମୃତ୍ୟୁ ଘଟିଥିବା ବାରିପଦା ସର୍କଲ୍ ଜେଲର ମଧୁସ୍ମିତ ସେଠୀ ସୂଚନା ଦେଇଛନ୍ତି। ଡାକ୍ତରଖାନା କର୍ତ୍ତୁପକ୍ଷଙ୍କ ସୂଚନା ଅନୁଯାୟୀ ଗୀତାଙ୍କର ଉଚ୍ଚ ରକ୍ତଚାପ ଏବଂ କ୍ରେଷ୍ଟ୍ରିକ୍‌ଜନିତ ସମସ୍ୟାରୁ ମୃତ୍ୟୁ ଘଟିଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି; ୪ ମାସ ପୂର୍ବରୁ ଜେଲ୍‌କୁ ଆସିଥିବା ଗୀତାଙ୍କର ଏପରି ସମସ୍ୟା ଥିବା ଜେଲ୍ କିମ୍ବା ଜେଲ୍ ଡାକ୍ତରଖାନା କର୍ତ୍ତୁପକ୍ଷ ଜାଣିପାରିଲେନି କିପରି । ପୁଣି ବାରିପଦା ଜେଲ୍‌ରେ ପୂର୍ବରୁ ମଧ୍ୟ ଏକାଧିକ ରୋଗୀଙ୍କର ଏପରି ମୃତ୍ୟୁ ଘଟିଛି। ମାତ୍ର ୫ ଦିନ ପୂର୍ବରୁ (ଡିସେମ୍ବର ୩୧)ରେ ମଧ୍ୟ ଜଣେ ୫୮ ବର୍ଗୀୟ ବନ୍ଦୀଙ୍କର ମୃତ୍ୟୁ ଘଟିଥିଲା। ଉକ୍ତ ପୁରୁଷ ବନ୍ଦୀ ମଧ୍ୟ ସମାନ କାରଣରୁ ଏବଂ ବାଦ୍ଧକ୍ୟଜନିତ ସମସ୍ୟାରୁ ମୃତ୍ୟୁବରଣ କରିଥିବା କୁହାଯାଇଥିଲା। ଏହା ପୂର୍ବରୁ ମଧ୍ୟ କଏଦୀଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ମିଳୁନଥିବାରୁ କଏଦୀଙ୍କ ଜେଲ ହସ୍‌ପିଟାଲ ଅକାମି ପରିସ୍ଥିତି ଉପୁଜୁଥିବା ଉତ୍ତମ ଚିକିତ୍ସା ସୁବିଧା ଅଭିଯୋଗ ହୋଇଥିଲା। କଏଦୀଙ୍କ ପ୍ରାଣଗଲାଣ ତେବେ ମୃତ୍ୟୁବରଣ କରୁଥିବା ସମସ୍ତ କଏଦୀ କଣ ଉଚ୍ଚରକ୍ତଚାପ ଏବଂ ଷ୍ଟ୍ରୋକରେ ମରୁଛନ୍ତି। କିପରି ଜେଲ୍ କର୍ତ୍ତୃପକ୍ଷ ଏସମ୍ପର୍କରେ କୌଣସି ସୂଚନା ପାଉନାହାନ୍ତି ତାହା ସନ୍ଦେହଜନକ ବୋଲି ମାନବିଧିକାର କର୍ମୀମାନେ ଅଭିଯୋଗ ଆଣିଛନ୍ତି। ଏପରି ଅନେକ ପ୍ରଶ୍ନ ଉଙ୍କି ମାରିଛି । ଜିଲ୍ଲାରେ କରୋନା କମିଥିବା ବେଳେ ହଠାତ୍ କିଛିଦିନ ତଳେ ତଳେ ବାରିପଦା ଜେଲ୍‌ରୁ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହା ଉପଯୁକ୍ତ ସଚେତନତାର ଅଭାବ ଏବଂ ଦାୟିତ୍ବହୀନତାକୁ ଦର୍ଶାଉଥିବା ସୂଚାଉଛି। ଆଜି ବିଚାରଧୀନ ବନ୍ଦୀ ଗୀତା ରାୟଙ୍କ ଶବ ବ୍ୟବଚ୍ଛେଦ ପରେ ସଂରକ୍ଷିତ ରଖାଯାଇଥିବା ଜଣାପଡ଼ିଛି ମୃତ୍ୟୁ ପରେ ମଧ୍ୟ ଅସହାୟ ଅତ୍ୟେଷ୍ଟି ପାଇଁ ପାଖରେ ବାହାରି କେହି ସମ୍ପର୍କୀୟ ସ୍ବାମୀ ଏବଂ ଦୁଇ ପୁଅ ଜେଲ୍‌ରେ ଅଛନ୍ତି। ତେଣୁ ଜେଲ୍‌ରେ ଥାଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣେ ମହିଳା କଏଦୀଙ୍କ ଅତ୍ୟେଷ୍ଟି କିପରି ହେବ ସେନେଇ ଦ୍ୱନ୍ଦ ଦେଖାଦେଇଛି । ଆଜି ବାରିପଦା ସର୍କଲ୍ ଜେଲ୍‌ରେ ବିଚାରଧୀନ ଥିବା ବାରିପଦା ୱାର୍ଡ ନଂ-୫, ବାବୁସାହିର ଗୀତା ରାୟ(୫୬)ଙ୍କର ଚିକିତ୍ସାଧୀନ ଅବସ୍ଥାରେ ପିଆରଏମ୍‌ ହସ୍‌ପିଟାଲରେ ମୃତ୍ୟୁ ଘଟିଛି। ଶବ ବ୍ୟବଚ୍ଛେଦ ପରେ କିନ୍ତୁ ଶବର କେହି ହଦାର ନଥିବା ଭଳି ପରିସ୍ଥିତି ଉପୁଜିଛି। କାରଣ ଗୀତାଙ୍କ ସହିତ ତାଙ୍କ ସ୍ଵାମୀ ଏବଂ ଦୁଇ ପୁଅ ମଧ୍ୟ ବାରିପଦା ଜେଲ୍‌ରେ ବିଚାରଧୀନ ବନ୍ଦୀ ଭାବେ ଅଛନ୍ତି। ଗତ ବର୍ଷ ଅଗଷ୍ଟ ମାସରେ ବଧୂହତ୍ୟା ଅଭିଯୋଗରେ ଗୀତାଙ୍କ ସମେତ ସେମାନେ ବି ଜେଲ୍‌ରେ ଅଛନ୍ତି । ମାତ୍ର ମାମଲାର ବିଚାର ପୂର୍ବରୁ ଗୀତାଙ୍କ ମୃତ୍ୟୁ ଘଟିଛି। ସ୍ଵାମୀ ଏବଂ ସନ୍ତାନଙ୍କ ବେଲ୍ ହୋଇନଥିବା ବେଳେ ଗୀତାଙ୍କର ଅନ୍ତିମ ସତ୍କାର କରିବାକୁ ଆଉ କେହି ନାହାନ୍ତି । ଏପରିସ୍ଥଳେ ଜେଲ୍ କପକ୍ଷ ବାରିପଦା ଟାଉନ୍ ଥାନାକୁ ଶବର ଦାୟିତ୍ବ ଦେଇ ଖସିଯିବାକୁ ପ୍ରୟାସ କରୁଥିବା ଜଣାପଡ଼ିଛି। ତେବେ ଯାହାବି ହେଉ ମୃତ୍ୟୁ ପରେ ମଧ୍ୟ ନିଜର ସମସ୍ତେ ଥାଇ କିପରି ଏକ ଶବ ଅସହାୟ ହୋଇପଡ଼ିଛି ତାହା ବେଶ୍ ଦାରୁଣ । ପରିସ୍ଥିତି ସୃଷ୍ଟି କରିଛି।

Related Posts

About The Author

Add Comment