ପୁରୀ ୨୭/୧୦ (ସନ୍ଧାନ ନିୟୁଜ/ଲାଲା ଅନନ୍ତ କୁମାର ସିଂହ) ଲଗାଣ ବର୍ଷରେ ପୁରୀ କୁମ୍ଭକାର ନିଯୋଗ ସଂପାଦକଙ୍କ କାନ୍ଥ ଭୁଷୁଡି ମୃତୁ୍ୟ ପରେ ପ୍ରଶାସନ ପକ୍ଷରୁ ସାହାର୍ଯ୍ୟ ସହଯୋଗ ଦିଆଯାଇନାହିଁ । ଅପର ପକ୍ଷରେ ମୃତ ସମ୍ପାଦକ ରସାନନ୍ଦ ବିଶୋଇଙ୍କ ପରବାରବର୍ଗକୁ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଭେଟି ସମବେଦନା ଜଣାଇଛନ୍ତି । ତାଙ୍କ ସହିତ ପୂର୍ବତନ ନଗରପାଳ ସୁରେନ୍ଦ୍ର ନାଥ ଦାସ, ବେଣୁଧର ସେଠୀ, ମହେନ୍ଦ୍ର ବିଶୋଇ ଚୈତନ ବିଶୋଇ , ପ୍ରଫୁଲ୍ଲ କୁମାର ବିଶୋଇ, ବିଜେଡି ଯୁବନେତା ପ୍ରକାଶ ସ୍ୱାଇଁ, ବସନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ରସାନନ୍ଦଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସେହିପର କୁମ୍ଭକାର ନିଯୋଗ ପକ୍ଷରୁ ଏକ ଶୋକସଭାପ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅମର ଆତ୍ମାର ସଦଗତି ପାଇଁ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ମହେନ୍ଦ୍ର ବିଶୋଇ ଏବଂ ଅରକ୍ଷୀତ ବିଶୋଇ ତାଙ୍କର ଗୁଣାବଣୀର ସ୍ମୃତି ଚାରଣା କରିଥିଲେ । ଆସନ୍ତା ୨୮ରେ ନୂତନ ସମ୍ପାଦକ ଚୟନ କରାଯିବ ବୋଲି ନିଯୋଗ ପକ୍ଷରୁ ସୂଚନା ଦିଆଯାଇଛି ।
କାନ୍ଥ ଭୁଷୁଡି ମୃତ ରସାନନ୍ଦଙ୍କ ପରିବାରକୁ ଭେଟିଲେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି, କୁମ୍ଭକାର ନିଯୋଗ ପକ୍ଷରୁ ଶୋକସଭା
|
October 27, 2019 |