ଭଦ୍ରକ, ୨୭/୧୧ (ସନ୍ଧାନ ନିଉଜ) : ଭଦ୍ରକ ଜିଲ୍ଲାରେ କାଠ ଶିଳ୍ପ ସହିତ ସଂପୃକ୍ତ ଥିବା ସମସ୍ତ କରତକଳ ମାଲିକଙ୍କୁ ସରକାରୀ ସ୍ୱୀକୃତ୍ତି ମିଳୁ ବୋଲି ଦାବିକରି ଜୀବନ ଜୀବିକା ସୁରକ୍ଷା ସଂଯୁକ୍ତ ଗଣସଂଗ୍ରାମ ସଂଘ ପକ୍ଷରୁ ଭାରପ୍ରାପ୍ତ ଜିଲ୍ଳାପାଳ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଗ୍ରାମାଂଚଳ ଠାରୁ ସହରାଂଚଳ ସହିତ ଜୀବନ ଜୀବିକାର ଆବଶ୍ୟକତା ରହିଥିବାବେଳେ ସରକାର ଦୀର୍ଘ ବର୍ଷ ଧରି କରତକଳକୁ ସ୍ୱୀକୃତ୍ତି ପ୍ରଦାନ କରୁନାହାଁନ୍ତି । କରତକଳ ସହିତ ସଂପୃକ୍ତ ଥିବା ବ୍ୟବସାୟୀମାନେ ସେମାନଙ୍କର ଜୀବିକା ଛାଡି ପାରୁନଥିବା ବେଳେ ଅନେକ ସମୟରେ ବିଭାଗୀୟ କର୍ତ୍ତୃପକ୍ଷ ଓ ପୁଲିସର ଜୁଲୁମର ଶୀକାର ହୋଇ ବେଆଇନ ଦର୍ଶାଇ କରତକଳକୁ ସିଲ୍ କରୁଛି । ଫଳରେ ଅନେକ ଲୋକ ବେରୋଜଗାର ହୋଇପଡୁଛନ୍ତି । ତେଣୁ କରତକଳ ପାଇଁ ସରକାର ତୁରନ୍ତ ସରକାରୀ ସ୍ୱୀକୃତ୍ତି ପ୍ରଦାନ କରିବାକୁ ଜିଲ୍ଲାର ସମସ୍ତ କରତକଳ ମାଲିକମାନେ ଦାବି କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଆମ ରାଜ୍ୟରେ ୧୯୮୦ ମସିହାରେ କରତକଳ ପାଇଁ ଆଇନ୍ପ୍ରଣୟନ ହେବାପରେ ଭଦ୍ରକ ଜିଲ୍ଲାର କେନ୍ଦୁଆପଦା ଠାରେ ୭ଟି କରତକଳକୁ ସ୍ୱୀକୃତ୍ତି ପ୍ରଦାନ କରାଯାଇଛି । ୨୦୦୨ ମସିହାରେ ମାନ୍ୟବର ସର୍ବୋଚ୍ଚନ୍ୟାୟଳ ନିର୍ଦ୍ଦେଶାଳୟଙ୍କ ନିର୍ଦ୍ଦେଶ କ୍ରମେ ଜଙ୍ଗଲର ୧୦କିମି ମଧ୍୍ୟରେ କୌଣସି କରତକଳ ଚାଲିପାରିବ ନାହିଁ ଓ ଓଡିଶାରେ ଜଙ୍ଗଲ ସୀମାରୁ ୧୦କିମି ଛାଡି କୌଣସି ସ୍ଥାନ ନଥିବାରୁ କରତକଳ ଲାଇସେନ୍ସକୁ ରଦ୍ଧ କରାଯାଇଥିଲା । ୨୦୦୨ ରୁ ୨୦୧୪ ପର୍ଯ୍ୟନ୍ତ ଓଡିଶାର କୌଣସି କରତକଳର ଲାଇସେନ୍ସ ନଥିବାବେଳେ ଭଦ୍ରକରେ ୪୦ରୁ ଉଦ୍ଧ୍ୱର୍ ବିନା ଲାଇସେନ୍ସ କରତକଳ ଲୋକମାନଙ୍କର ଆବଶ୍ୟକତା ପୂରଣ କରିଆସୁଥିଲା । ୨୦୧୪ରେ କେତେକ କରତକଳକୁ ଲାଇସେନ୍ସ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ ଅନ୍ୟ ସମସ୍ତ କରତକଳ ଲାଇସେନ୍ସରୁ ବଂଚିତ ହୋଇଥିଲେ । ପରବର୍ତ୍ତି ସମୟରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ୭ଟି କରତକଳକୁ ଲାଇସେନ୍ସ ପ୍ରଦାନ ଦେବା ସହ ଗୋଟିଏ ସ୍ଥାନରେ ସ୍ଥାପନ ପାଇଁ ନିର୍ଦ୍ଦେଶ ଦିଆଗଲା । ଯାହାକି ଭଦ୍ରକ ସହରଠାରୁ ୨୦କିମି ଦୂର କେନ୍ଦୁଆପଦା ଠାରେ ୨୦୧୮ ମସିହାରେ ୬ଟି କରତକଳ ସ୍ଥାପନ କରାଯାଇଥିବାବେଳେ ଅନ୍ୟସମସ୍ତ କରତକଳକୁ ବେଆଇନ ଘୋଷଣା କରାଯାଇଛି । ଅନ୍ୟସମୟରେ କରତକଳ ମାଲିକ ଓ କର୍ମଚାରୀଙ୍କୁ ଗିରଫ ସହ ସେମାନଙ୍କ ମିଲ୍କୁ ଚଢ଼ାଉ କରାଯାଇ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ କୁ ଜବତ କରିବା ଆଦି ଘଟଣା ପରିତାପ ବିଷୟ ହୋଇଛି । ଭଦ୍ରକରେ ୭ଟି କରତକଳକୁ ଲାଇସେନ୍ସ ପ୍ରଦାନ କରାଯାଇଥିବାବେଳେ ୨୦୧୯ ମସିହାରେ ଅନ୍ୟ ସମସ୍ତ କରତକଳକୁ ଲାଇସେନ୍ସ ଦେବା ସରକାରଙ୍କର ନିତ୍ୟାନ୍ତ ଜରୁରି ବୋଲି ସଂଘର ସଭାପତି ବାବୁ ବେହେରା ଓ ସଂପାଦକ ନାସିର୍ ଅଲ୍ଲି ଖାଁ ଦାବି କରିଛନ୍ତି । ପ୍ରତ୍ୟେକ୍ଷ ଭାବେ କାଠଶିଳ୍ପ ସହିତ ନିର୍ଭର କରୁଥିବା ୧୦ହଜାର ପରିବାର ଜୀବନ ଜୀବିକା ହରାଇଛନ୍ତି । ତେଣୁ ବନ୍ଦ ରହିଥିବା ସହମିଲ୍କୁ ଲାଇସେନ୍ସ ପ୍ରଦାନ କରିବାପାଇଁ ଦାବି କରାଯାଇଛି । ଅନ୍ୟମାନଙ୍କ ପକ୍ଷରୁ ଏସ.କେ ମୁକିତ୍, ସୋନର ଅଲ୍ଳି ଖାନ, ମଣିଲାଲ ପଟେଲ, ଏସକେ ଫକୁର ଇସଲାମ ପ୍ରମୁଖ ଉପସ୍ଥିତ ଥିଲେ ।
କାଠ ଶିଳ୍ପ ସମ୍ପର୍କିତ କରତକଳକୁ ସରକାରୀ ସ୍ୱୀକୃତ୍ତି ପାଇଁ ଦାବି
|
November 27, 2019 |
![](https://sandhannews.com/wp-content/uploads/2019/11/WhatsApp-Image-2019-11-26-at-9.20.32-PM.jpeg)