କାଙ୍ଗାଳିବାବୁ ଧର୍ମଶାଳା ଲୋକଙ୍କ ହୃଦୟର ନେତା

Spread the love

ଯାଜପୁର, ୧୩/୦୨/୨୦୧୨ (ସନ୍ଧାନ ନିଉଜ) : ଧର୍ମଶାଳାର ପୂର୍ବତନ ବିଧାୟକ, ବଷିୟାନ ଜନନେତା ଶ୍ରୀଯୁକ୍ତ କାଙ୍ଗାଳି ଚରଣ ପଣ୍ଡାଙ୍କ ପରଲୋକ ଧର୍ମଶାଳା ପାଇଁ ଏକ ଅପୂରଣୀୟ ଶୂନ୍ୟସ୍ଥାନ । ରାଜନୀତିର ଧାରାରେ ସେ ନୂଆଦିଲ୍ଲୀ ଏବଂ ଭୁବନେଶ୍ୱରର କୌଣସି ନେତାଙ୍କ ଇଛାରେ ସ୍ଥିରିକୃତ ହୋଇ ଟିକେଟ ବଳରେ ଧର୍ମଶାଳାର ନେତା ହୋଇ ନଥିଲେ । ଧର୍ମଶାଳାର ଜନମନର ନେତା ଏବଂ ଧର୍ମଶାଳା ଜନତାଙ୍କ ସ୍ୱର ହୋଇ ଧର୍ମଶାଳାର ଜନପ୍ରତିନିଧି ହୋଇଥିଲେ । ତାଙ୍କ ବ୍ୟତୀତ ଅନ୍ୟ କୌଣସି ନେତାଙ୍କୁ ଧର୍ମଶାଳା; ଏହି ସୌଭାଗ୍ୟ ପ୍ରଦାନ କରିନାହିଁ ବୋଲି ଧର୍ମଶାଳା ବି.ଜେ.ଡି ନେତା ସତୀଶ ବିଶ୍ୱାଳ ଶୋକବାର୍ତାରେ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ, ଧର୍ମଶାଳା ରାଜନୀତିରେ ପ୍ରତିପକ୍ଷ ଦଳର ଟିକେଟକୁ ବାଟବଣା କରି ଗୋଟିଏ ଗୋଷ୍ଠୀ ଦୀର୍ଘବର୍ଷ ହେଲା କ୍ଷମତାଶାଳୀ ହୋଇଛି । ଏହି ଧାରାରେ କାଙ୍ଗାଳିବାବୁ ରାଜନୈତିକ ଚକ୍ରାନ୍ତର ଶୀକାର ହୋଇ ନିଜ ଦଳ କଂଗ୍ରେସ ଟିକେଟରୁ ସେ ସମୟରେ ବଂଚିତ ହୋଇ ନଥିଲେ ଧର୍ମଶାଳା ରାଜନୀତିରେ ଏହି ଗୋଷ୍ଠୀ ଆଦୌ ରାଜନୀତିରେ ନଥାନ୍ତେ । ଦଳ ବଳ, ଅର୍ଥ ବଳ ବିନା ସେ ରାଜନୀତିରେ ନିଜସ୍ୱ ଦମ ଦେଖାଇଥିଲେ ମଧ୍ୟ ତାଙ୍କର କଂଗ୍ରେସ ଦଳ ପ୍ରତି ସଚ୍ଚା ଆନୁଗତ୍ୟ ପ୍ରତ୍ୟେକ ଦଳପ୍ରେମୀଙ୍କ ପାଇଁ ଅନୁକରଣୀୟ । ଆଜିର କ୍ଷମତା ସର୍ବସ୍ୱ ରାଜନୀତିରେ ରାତିକା ରାତି ଦଳ ବଦଳାଉ ଥିବା ନୀତିହୀନ ନେତାଙ୍କ ପାଇଁ ସେ ଏକ ଦୃଷ୍ଟାନ୍ତ ।ମୋ ବ୍ୟକ୍ତିଗତ ରାଜନୈତିକ ଜୀବନରେ ମୁଁ ତାଙ୍କୁ ଅନୁକରଣ କରିଛି । ତାଙ୍କର ଅନେକ ପରାମର୍ଶ ନେଇଛି । ମୋତେ ନେଇ ମଧ୍ୟ ସେ ତାଙ୍କର ସ୍ୱପ୍ନ ମୋତେ ଜଣାଇଛନ୍ତି । ଆଉ ଥରେ ୧୯୮୦ ମସିହା ପରି ଧର୍ମଶାଳାର ସ୍ୱାଭିମାନ, ସମ୍ମାନକୁ ଜାଗ୍ରତ କରିବାର ମହାନ ଇଛାକୁ ବି ପ୍ରକାଶ କରିଛନ୍ତି । ସର୍ବୋପରି ସେ ଥିଲେ ଧର୍ମଶାଳା ଲୋକଙ୍କ ହୃଦୟର ନେତା । ସ୍ୱର୍ଗତ କାଙ୍ଗାଳିବାବୁଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ପରିବାରକୁ ଶ୍ରୀ ଜଗନ୍ନାଥ ମହାପ୍ରଭୂ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରିବାକୁ କାମନା କରୁଛି ।

Related Posts

About The Author

Add Comment