ଯାଜପୁର /୧୩/୦୬/(ସନ୍ଧାନ ନିଉଜ୍) ଧର୍ମଶାଳା ବ୍ଲକ କଳ୍ପତରୁ ଦାସ ନେସନାଲ ଫାଉଣ୍ଡେସନ ତରଫରୁ ରଜ କୁଇନ ପ୍ରତିଯୋଗିତା ର ପ୍ରଥମ ପର୍ଯ୍ୟାୟ ଫଳାଫଳ ପ୍ରକାଶ ପାଇଛି ।ସୂଚନା ଯୋଗ୍ୟ ଏହା ଯେ- ଚଳିତ ବର୍ଷ କୋରନା ମହାମାରୀ କଟକଣା ହେତୁ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ମୋଟ ୧୨୬୪ ଜଣ ପ୍ରତିଯୋଗୀ ଅନଲାଇନ ମାଧ୍ୟମରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ।ତନ୍ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ,୧୦୦ଜଣ ଉତ୍କୃଷ୍ଟ ପ୍ରତିଭା ଙ୍କୁ ମାନପତ୍ର ସହ ଆକର୍ଷଣୀୟ ପୁରସ୍କାର ପ୍ରଦାନ କାର୍ଯକ୍ରମ ରେ ଆଜି ମାର୍ଜିତାପୁର କଲ୍ୟାଣ ମଣ୍ଡପ ଠାରେ ୧୧ନଂମ୍ବର ଓ ୧୨ନଂମ୍ବର ଜନ ର ୧୦ ଜଣ କୃତି ପ୍ରତିଭା ଙ୍କୁ ପୁରସ୍କୃତ କରାଯାଇଛି ।ଉକ୍ତ କୃତି ପ୍ରତିଯୋଗୀ ମାନଙ୍କୁ ୧୨ନଂ ଯୋନ ର ଜିଲ୍ଲା ପରିଷଦ ଶ୍ରୀମତୀ ପ୍ରଣତି ଲେଙ୍କା ମାନପତ୍ର ସହ ଆକର୍ଷଣୀୟ ପୁରସ୍କର ପ୍ରଦାନ କରିଛନ୍ତି ।ଏହି ଅବସରରେ ଶ୍ରୀମତୀ ଲେଙ୍କା କହିଛନ୍ତି ଯେ ନାରୀର ପ୍ରଗତିରେ ଦେଶର ପ୍ରଗତି ।ଆଜିର ସମାଜରେ ମହିଳାମାନେ ପୁରୁଷ ମାନଙ୍କଠାରୁ କେଉଁଗୁଣରେ କମ ନୁହନ୍ତି ।ନାରୀ ଜାତିର ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବା ଉଚିତ ।
କଳ୍ପତରୁ ଦାସ ନେସନାଲ ଫାଉଣ୍ଡେସନ ତରଫରୁ ରଜ କୁଇନ ପ୍ରତିଯୋଗିତା ର ପ୍ରଥମ ପର୍ଯ୍ୟାୟ ଫଳାଫଳ ପ୍ରକାଶ
|
June 13, 2021 |
![](https://sandhannews.com/wp-content/uploads/2021/06/IMG-20210613-WA0023.jpg)