ଲିଙ୍ଗରାଜ ପଣ୍ଡା , ବାରିପଦା
କଳିଯୁଗେ ମୋତେ ସଙ୍କଟ ପଡିଲା
ନରଅଙ୍ଗେ ଅବତରି
କି ବୁଦ୍ଧି କରିବି ବୁଦ୍ଧି ଦିଶୁ ନାହିଁ
ଦିନବନ୍ଧୁ ଦଇତାରି |୧|
ଦିବସ ପାହିଲା ରଞ୍ଚନା ସରିଲା
ବିଚାର କରିବି କିସ
ଆଜିକାଲି ବୋଲି ସଂସାର ଭିତରେ
ଯୁଗ ହୋଇଲାଣି ଶେଷ ||୨||
ନେତ୍ରେ ଦେଖୁ ଦେଖୁ ଚିହ୍ନି ନ ପାରିଲେ
ତିନି ଭୁବନର ଲୋକ
ସତ୍ୟ ଧର୍ମଠାରୁ ଆହୁରି ଅଧିକ
ମାଗୁଅଛନ୍ତି ପରୀକ୍ଷ ||୩||
କେମନ୍ତେ ପ୍ରକାର ତ୍ରିପୁର ସଂସାରେ
ପଇବେ ଆମ୍ରାର ବୋଧ
ଅଚେତା ହୋଇ ସମସ୍ତେ ପଡିଛନ୍ତି
ଖାଇକରି ମାୟାମଦ I୪I
ସଭା ବିଦ୍ୟମାନେ ହାସ ଅନୁକ୍ଷଣେ
ଦଶ ପାଞ୍ଚ ହୋଇ ମେଳ
ସୁର ଅସୁର ଏକଠାବରେ ମିଳି
ବିଚାରୁ ଅଛନ୍ତି ଖଳ ||୫||
ଭଲ ଘର ଝିଅ ଭଲ ଘର ବୋହୂ
ଯାଉଛନ୍ତି ନଷ୍ଟ ହୋଇ
ଛତିଶ ପାଟକ ଏକଜାତି ହେବ
ଏହା ଲେଖିଅଛି ବିହି ||୬||
ପିତା ମାତା ଗୃହ କୁଟୁମ୍ବ ଅଛନ୍ତି
ସେହି ଅଟନ୍ତି ବ୍ରହ୍ମ
ବ୍ରାହ୍ମଣ ବୈଷ୍ଣବ ଶୁଦ୍ର ଆଦି କରି
ସମସ୍ତେ ହେଉଛି ଭ୍ରମ ||୭||
Related Posts
About The Author
Add Comment