କଳିଙ୍ଗ ଷ୍ଟାଡିୟମ୍‌ରେ ଏସୀୟ ରଗ୍‌ବି ଚାମ୍ପିଅନସିପ୍‌ ଉଦ୍‌ଘାଟିତ, ଭାରତ-ୟୁଏଇ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ

Spread the love

ଭୁବନେଶ୍ୱର୨୬/୧୦ (ସନ୍ଧାନ ନିୟୁଜ) : କଳିଙ୍ଗ ଷ୍ଟାଡିୟମ୍‌ରେ ଶୁକ୍ରବାର ସନ୍ଧ୍ୟାରେ ଏସୀୟ ରଗ୍‌ବି ଚାମ୍ପିଅନ୍‌ସିପ୍‌ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଛନ୍ତି। ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ ଭାରତ-ୟୁଏଇ ମଧ୍ୟରେ ହେଉଛି। ୧୮ ବର୍ଷରୁ କମ ବାଳିକା ଏସୀୟ ରଗ୍‌ବି ଚାମ୍ପିଅନ୍‌ସିପ୍‌ ୩ ଦିନ ପର୍ଯ୍ୟନ୍ତ ଚାଲିବ।

ବିଗତ ଦୁଇ ସଂସ୍କରଣ ୟୁଏଇର ଦୁବାଇରେ ଅନୁଷ୍ଠିତ ହୋଉଥିବା ବେଳେ ଭାରତ ଯଥାକ୍ରମେ ତୃତୀୟ ଓ ଚତୁର୍ଥରେ ରହିଥିଲା। ଏଥର ଆମେ ପଦକ (ପ୍ରଥମ ୩ ସ୍ଥାନ) ହାସଲ ଆଶା ରଖିଛୁ ବୋଲି କହିଛନ୍ତି ଭାରତୀୟ ରଗ୍‌ବି ଦଳର ପ୍ରବଂଧକ ତଥା ପୁରୁଷ ଦଳର ପୂର୍ବତନ ଅଧିନାୟକ ନାସିର୍ ହୁସେନ। ବିଗତ କିଛି ବର୍ଷ ହେବ ଓଡ଼ିଶାର ବାଳକ ଓ ବାଳିକାମାନେ ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ସେ ଦୃଷ୍ଟିରୁ ଏସୀୟ ବାଳିକା ସେଭେନ୍ସ ପ୍ରତିଯୋଗିତା ଭୁବନେଶ୍ବରରେ ଆୟୋଜିତ ହେବା ସବୁଠାରୁ ଉପଯୁକ୍ତ ସ୍ଥାନ ବୋଲି କହିଥିଲେ ନାସିର। ଆମେ ଏହି ପ୍ରତିଯୋଗିତାକୁ ନେଇ ମଧ୍ୟ ଢ଼େର ଉତ୍ସାହିତ ଓ ଇଲ୍ଲସିତ ଅଛୁ ବୋଲି କହିଥିଲେ ନାସିର। ଭାରତୀୟ ଦଳ ବିଗତ ୪ ସପ୍ତାହ ହେଲାଣି ଭୁବନେଶ୍ବରରେ ପ୍ରସ୍ତୁତି ଚଳାଇଥିବାବେଳେ ଗୁରୁବାର ସୁଦ୍ଧା ଅନ୍ୟ ସମସ୍ତ ଦଳ ପହଞ୍ଚି ସାରିଛନ୍ତି। ଭାରତରେ କୌଣସି ବୟସ ବର୍ଗର ବାଳିକା ଅନ୍ତର୍ଜାତୀୟ ରଗ୍‌ବି ପ୍ରତିଯୋଗିତାର ଏହା ପ୍ରଥମ ଘଟଣା ହେବ। ଏସିଆ ମହାଦେଶର ୧୨ ଦଳ ଯଥା ହଂକଂ, ଚୀନ, ୟୁଏଇ, ଫିଲିପାଇନ୍ସ, ଲାଓସ୍, କାତାର, ନେପାଳ, ଚାଇନିଜ୍ ତାଇପେ, ଶ୍ରୀଲଙ୍କା, ବାଂଲାଦେଶ, ଥାଇଲାଣ୍ଡ ଓ ଭାରତ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ।

Related Posts

About The Author

Add Comment