ମାହାଙ୍ଗା, ୩/୭ (ସନ୍ଧାନ ନିୟୁଜ ) – ମାହାଙ୍ଗା ଥାନା ଗୋକୁଳପୁର ଗ୍ରାମର ବିବାହିତା ଯୁବକ ସୁଶାନ୍ତ ସାହୁ ଓରଫ ବାପି ସେହି ଗ୍ରାମର ଜଣେ ମହିଳା ଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିବା ଓ ମହିଳା ଙ୍କ ଅଶୀଳ ଫଟୋ କୁ ଫେସବୁକ ଓ whatshap ରେ ଛାଡ଼ି ଦେବାକୁ ଧମକ ଦେବା ଓ ଗାଡ଼ି ଚଢାଇ ମହିଳା ଓ ତାଙ୍କ ସ୍ୱାମୀକୁ ମାରିଦେବାକୁ ଧମକ ଦେଇଥିବା ନେଇ ଗତ ମାସ 16 ତାରିଖରେ ଏତଲା ଦେଇଥିଲେ ପିଡ଼ିତା l ତେବେ ଅଭିଯୁକ୍ତ ନିଜକୁ ମୁକୁଳାଇବା ପାଇଁ ବିଭିନ୍ନ ଯୋଜନା କରିଥିଲେ l ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ମାହାଙ୍ଗା ଥାନା ପୋଲିସ ଗତ କାଲି ବିଳମ୍ବିତ ରାତିରେ ଗିରଫ କରିଛି
ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଗିରଫ
|
July 3, 2019 |



