କଳିଙ୍ଗନଗର ସ୍ପୋଟ ଏକାଡେମି ଚାମ୍ପିଆନ

Spread the love

ଯାଜପୁର ସଦର, ୭/୧/୨୬ (ସନ୍ଧାନ ନ୍ୟୁଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନିକଟସ୍ଥ ହାଜିରମିଆଁ ହାଇସ୍କୁଲ ଖେଳ ପଡ଼ିଆ ପରିଶରରେ ୨ଦିନିଆ କ୍ରିକେଟ ବ୍ରହ୍ମବରଦା ପିମିୟର ଲିକ ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ରବିବାର ଦିନ ଅନୁଷ୍ଟିତ ହେଉଥିବା ଫାଇନାଲ ମ୍ୟାଚରେ ଯାଜପୁର ରୋଡ଼ କଳିଙ୍ଗନଗର ସ୍ପୋଟିଂ ଏକାଡେମୀ ଚମ୍ପିଆନ ହୋଇଥିବା ବେଳେ, ଏହି ଫାଇନାଲ ମ୍ୟାଚ ଯାଜପୁର ଟାଉନ ଏବଂ ଜେଏମଏସ ଯାଜପୁର ରୋଡ ମଧ୍ୟରେ ଖେଳ ଅନୁଷ୍ଟିତ କରାଯାଇଥିଲା । କେଏନଏସ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ଚାରି ୱିକେଟ ହରାଇ ୨୧୧ ରନ ସଂଗ୍ରହ କରିଥିବା ବେଳେ, ଦଳ ପକ୍ଷରୁ କ୍ରିସ ଚୌଧୁରୀ ୭୨ ରନ ଅନିକେଶ ଧିର ୫୪ ରନ ଶୁଭମ ସିଂ ୫୧ ରନ ସଂଗ୍ରହ କରିଥିବା ବେଳେ, ଇଲେଭେନ ଷ୍ଟାର କ୍ରିକେଟ କ୍ଲବ ଯାଜପୁର ସମସ୍ଥ ୱିକେଟ ହରାଇ ୧୬୪ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ରହୁଲ ପଲେଇ ୬୫ ରନ ସଂଗ୍ରହ କରିଥିବା ବେଳେ, କେଏନଏସ ବିଜୟ ଲାଭ କରି ଚାମ୍ପିଆନ ଟ୍ରଫି ହାତେଇ ନେଇଥିଲା । ମ୍ୟାନ ଅଫ ଦି ମ୍ୟାଚ କ୍ରିସ ଚୌଧୁରୀ, ଶୁଭମ ସିଂ ମ୍ୟାନ ଅଫ ଦି ସିରିଜ ପୁରସ୍କାର ବିତରଣ କରାଯାଇଥିବା ବେଳେ, ପୁରସ୍କାର ବିତରଣ ଉତ୍ସବ ବ୍ରହ୍ମବରଦା ପଂଚାୟତର ସରପଂଚ ମମତା ଶୁଭଦର୍ଶିନୀ ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ମୁଖ୍ୟବକ୍ତା ଯୁବନେତା ପ୍ରଦିପ ଦାସ ଯୋଗଦାନ କରିଥିଲେ । ସମ୍ମାନୀୟ ଅତିଥି ବିପିନ ବିହାରୀ ଦେଓ, ୟୁଦଫିକର ଅଲ୍ଲୀ ଖାଁନ ବିଦ୍ୟା ଶିକ୍ଷାନୁଷ୍ଟାନ ରାକେଶ ଦାସ, ଅସମତ ଅଲ୍ଲୀ ୟଙ୍ଗଷ୍ଟାର ସଭାପତି ରାକେଶ କୁମାର ଦେଓ ଯୋଗଦାନ କରିଥିଲେ । ଯୁବନେତା ପ୍ରଦିପ ଦାସ, ମମତା ଶୁଭଦର୍ଶିନୀ ଦେଓ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।

Related Posts

About The Author

Add Comment