- କଳିଙ୍ଗନଗର /୦୩/୦୧/(ସନ୍ଧାନ ନ୍ୟୁଜ )ଯାଜପୁର ଜିଲ୍ଲା ଅନ୍ତର୍ଗତ କଳିଙ୍ଗନଗର ଥାନା ଅଞ୍ଚଳର ବଙ୍ଗଳା ଛକ ନିକଟରେ ଜାତୀୟ ରାଜପଥ ୫୩ରେ ଆଜି ଏକ ମର୍ମାହତ ସଡ଼କ ଦୁର୍ଘଟଣା ଘଟିଛି। ଡୁବୁରୀ ରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ଗୋଟିଏ ବାଇକକୁ ପଛପଟୁ ଏକ ଡମ୍ଫର ଧକ୍କା ଦେଇଥିଲା।
ଏହି ଦୁର୍ଘଟଣାରେ ଦୁଇଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଘଟଣା ସୂଚନା ପାଇ କଳିଙ୍ଗନଗର ଥାନା ପୁଲିସ ତୁରନ୍ତ ଘଟଣା ସ୍ଥଳକୁ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ଆହତ ଦୁଇଜଣଙ୍କୁ ଚିକିତ୍ସା ପାଇଁ ଟାଟା ମେଡିକାଲକୁ ପଠାଇଛି।
ଆହତ ବ୍ୟକ୍ତିମାନଙ୍କ ପରିଚୟ—
ସୁରେନ୍ଦ୍ର ଟାଟାର, ଗ୍ରାମ– ଗୋଡ଼ାଗୋଡି, ଖାଙ୍କିରା ପଞ୍ଚାୟତ
ପିତା– ମଦନ ଟାଟାର
ରାଜୁ ବାଗେ,
ପିତା– ମଧୁ ବାଗେ
ଦୁର୍ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି,



