କଳାହାଣ୍ଡି: ଭୂତ କୋଠି ପାଲଟିଛି ଆରଡି ବିଭାଗ ଜୁନାଗଡ ଉପଖଣ୍ଡ ନବନିର୍ମିତ ଅଫିସ

Spread the love

କଳାହାଣ୍ଡି ,୧୪/୬ (ସନ୍ଧାନ ନିୟୁଜ) ଗ୍ରାମାଂଚଳର ରାସ୍ତାଘାଟ,ଅଫିସ କୋଠା ଠାରୁ ଆରମ୍ଭ କରି ପୋଳ ନିର୍ମାଣ ଆଦି ଗୁରୁତ୍ୱ ପୂର୍ଣ୍ଣ ଦାୟୀତ୍ୱ ତୁଳାଉଥିବା ଆରଡି ବିଭାଗ ର ବିଭାଗୀୟ ପଦାଧିକାରୀ ମାନଙ୍କ ଖମଖିଆଲି ମନୋଭାବ ଯୋଗୁଁ ଜୁନାଗଡ ସହର ଏନଏଚ୨୬ ପାଶ୍ୱର୍ରେ ନିର୍ମିତ ଆରଡି ଉପଖଣ୍ଡ କାର୍ଯ୍ୟାଳୟ ଓ ଏସଡିଓ କ୍ୱାଟର ଦୀର୍ଘ ଦୁଇ ବର୍ଷ ହେବ ଭୂତକୋଠି ପାଲଟିଯାଇଥିବା ଅଭିଯୋଗ ହେଉଛି । ଅନୁସନ୍ଧାନରୁ ଜଣାପଡେ ଯେ, ଭବାନୀପାଟଣା ଆରଡି ବିଭାଜନର ଜୁନାଗଡ ଉପଖଣ୍ଡ ପାଇ ଜଣେ ଏସଡିଓଙ୍କୁ ଅବସ୍ଥାପିତ କରାଯାଇଥିବା ବେଳେ ଦୁଇଜଣ କନିଷ୍ଠ ଯନ୍ତ୍ରୀଙ୍କୁ ଅବସ୍ଥାପିତ କରାଯାଇଛି । ସେମାନେ ସବୁ ଭବାନୀପାଟଣାରେ ରହୁଥିବା ବେଳେ ଜୁନାଗଡକୁ କେବେ କେମିତି ଯାଆସ କରି କାମ ଚଳାଇନେଉଥିବା ଜଣାପଡିଛି । ଅନ୍ୟପକ୍ଷରେ ଜୁନାଗଡ ଆରଡି ଉପଖଣ୍ଡ ଅଧିନରେ ତେଲ ନଦୀ ଉପରେ ଆଟିଗାଁ ପୋଲ, ହାତୀ ନଦୀ ଉପରେ ତଳମଲା ପୋଲ ନିର୍ମାଣ ସାଙ୍ଗକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଅନେକ ଗୁଡାଏ ରାସ୍ତ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଏପରିକି ଅନେକ ରାସ୍ତା,ପୋଳ ଓ ସରକାରୀ କୋଠାଘରର ନିର୍ମାଣ,ମରାମତି ତଥା ଉନ୍ନତି ସାଧନ କାର୍ଯ୍ୟ ମଧ୍ୟ ଚାଲିଛି । ଆରଡି ବିଭାଗର କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ଚାଲିଥିବା ଏସବୁ କାର୍ଯ୍ୟର ତଦାରଖ ପାଇଁ ବିଭାଗୀୟ ପଦାଧିକାରୀ ମାନେ ନିଷ୍ଠାର ସହ ଦୃଷ୍ଟି ଦେବା ବଦଳରେ ଭବାନୀପାଟଣାରେ ରହି ଖାମ ଖିଆଲି ଭାବେ ନାମକୁ ମାତ୍ର ଗସ୍ତ କରି ନିଜ ଦାୟୀତ୍ୱ ସାରି ଦେଉଥିବା ଅଭିଯୋଗ ହେଉଛି । ଅନ୍ୟପକ୍ଷରେ ଜୁନାଗଡ ଉପକଣ୍ଠରେ ନବନିର୍ମିତ ଆରଡି ଉପଖଣ୍ଡ ଅଫିସ ଓ ସରକାରୀ ବାସଗୃହ ସବୁ ଏବେ ଭୁତ କୋଠି ପାଲଟିବାକୁ ବସିଲାଣି । ସରକାରୀ ପାଣ୍ଠିରେ ନିର୍ମିତ କୋଠାଘର ଥାଇ ବିଭାଗୀୟ ପଦାଧିକାରୀମାନେ ଭବାନୀପାଟଣାଠାରେ ଭଡାଘରେ ରହିବା ସହିତ ସରକାରୀ ତହବିଲରୁ ପ୍ରତି ମାସରେ ଘରଭଡା ଆଲାଉନ୍ସ ନେଉଥିବା ଜଣାପଡିଛି । ଏହାବ୍ୟତୀତ ଜୁନାଗଡ ଠାରେ ନିର୍ମିତ ଏହି ଅଫିସ ଓ କୋଠାଘର ସମେତ କମ୍ପାଉଣ୍ଡ ୱାଲ ଇତ୍ୟାଦି ଅତ୍ୟନ୍ତ ନିମ୍ନ ମାନରେ ନିର୍ମାଣ କରାଯାଇଥିବା ହେତୁ ସେଠାରେ ରହିବା ବିପଦ ସଙ୍କୁଳ ବୋଲି ଅନୁମାନ କରି ଜାଣି ଶୁଣି ବିଭାଗୀୟ ପଦାଧିକାରୀମାନେ ରହୁନଥିବା ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ବିଭାଗୀୟ ପଦାଧିକାରୀ ମାନଙ୍କ ଦ୍ୱାରା ଏଭଲି ଭାବେ ସରକାରୀ କୋଠା ପ୍ରତି ଅବହେଲା ଏବଂ ଅଧିକା ଘରଭଡା ଆଲାଉନ୍ସ ନେବା ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିପାରନ୍ତା ବୋଲି ବୁଦ୍ଧିଜୀବି ମହଲରେ ଦାବୀ ହେଉଛି ।

Report by Asish Bhawanipatana

Related Posts

About The Author

Add Comment