କଳାରେ ସମ୍ଭାବନା ସାହୁ ରାଜ୍ୟରେ ଟପ୍ପର

Spread the love
ଭୁବନେଶ୍ୱର, ୦୬/୦୯ /୨୦ (ସନ୍ଧାନ ନିଉଜ)  ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଆନୁଷ୍ଠାନିକ ଭାବେ+୨ କଳା ଓ ଧନ୍ଦାମୁଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ କରିଛନ୍ତି। ଯୁକ୍ତଦୁଇ କଳାରେ ମୋଟ ପାସ ହାର ୬୭.୫୬ % ରହିଛି। ପୁଅ ମାନଙ୍କ ପାସ ହାର ୫୭.୫୩% ପାସ କରିଥିବା ବେଳେ ଓ ଝିଅ ମାନଙ୍କ ପାସ ହାର ରହିଛି ୭୫.୪୮% ରହିବା ଦେଖିବାକୁ ମିଳିଛି।

ଯାଜପୁର ଜିଲ୍ଲା ପାଣିକୋଇଲି ମା’ତାରିଣୀ ମହାବିଦ୍ୟାଳୟର ଛାତ୍ରୀ ସମ୍ଭାବନା ସାହୁ ରାଜ୍ୟରେ ସର୍ବୋଚ୍ଚ ୫୪୬ ବା୯୧% ନମ୍ବର ରଖି ଟପ୍ପର ହୋଇଥିବା ଆଜି ପ୍ରକାଶିତ ହୋଇଥିବା +୨ ପରୀକ୍ଷା ଫଳରୁ ସୂଚନା ମିଳିଛି। ଛାତ୍ରୀ ସମ୍ଭାବନା ସାହୁ ଯାଜପୁର ଜିଲ୍ଲା ଭୁଇଁପୁର ଗ୍ରାମପଞ୍ଚାୟତ କଲ୍ୟାଣ ପୁର ଗ୍ରାମର ଗୋପାଳ ସାହୁ ଓ ମା’ ଅମୃତିଆ ପଞ୍ଚାୟତ ଭାଟସୋଲପଟାର ସ୍ନେହଲତା ସାହୁଙ୍କ ଏକମାତ୍ର ଝିଅ ଭବିଷ୍ୟତରେ ଜଣେ ଶିକ୍ଷାବିତ ହେବାର ଲକ୍ଷ ରଖିଛନ୍ତି।

Related Posts

About The Author

Add Comment