କଳାବାଜାରରେ ସାର, ଚାଷୀ ହତାଶ

Spread the love

ଚଣ୍ଡିଖୋଲ, ୨୮/୯ (ସନ୍ଧାନ ନିୟୁଜ/ଏମ ରାଉତ) ଧାନ ଚାଷ ପାଇଁ ସାରର ଚାହିଦା ଅଧିକ । ସାର ଚାହିଦାକୁ ଦେଖି ବ୍ୟବସାୟୀମାନେ ଚାଷୀଙ୍କୁ ଦୁଇଗୁଣା ଚଢା ଦରରେ ସାର ବିକ୍ରି କରୁଥିଲାବେଳେ ପ୍ରଶାସନିକ ଅଧିକାରୀମାନେ ଏହା ଦେଖି ନିରବ ରହିବା ଯୋଗୁ ଚାଷୀମାନେ ଲୁଟର ଶିକାର ହେଉଛନ୍ତି । ଦିନ ଦୁଇ ପ୍ରହରରେ ଧାର୍ଯ୍ୟ ମୂଲ୍ୟଠାରୁ ଦୁଇଗୁଣ ଅଧିକ ଦାମରେ ୟୁରିଆ ସାର ବିକ୍ରୟ କରାଯାଉଥିବା ବେଳେ ଏହି ସାର ବିକ୍ରେତାମାନେ ବିନା ପଞିକରଣରେ ଚାଷୀଙ୍କ ପରୀବର୍ତ୍ତେ ବ୍ୟବସାୟୀଙ୍କୁ କଳାବଜାରରେ ସାର ବିକ୍ରି କରୁଛନ୍ତି । ଯଦି କୈାଣସି ଚାଷୀ ଅଭିଯୋଗ କରୁଛନ୍ତି ତେବେ ତାଙ୍କୁ ସାର ଦିଆଯାଉନାହିଁ । ଧାନ ଚାଷର ରୁଆ ସରିଗଲା ପରେ ବିଲ ବଛାବଛି କାର୍ଯ୍ୟରେ ଚାଷୀମାନେ ବ୍ୟସ୍ତ । ଧାନ ଗଛକୁ ଶବଳ କରିବା ପାଇଁ ୟୁରିଆ ସାରର ଆବଶ୍ୟକତା ଅଧିକ ରହିଛି । ଏହାକୁ ଦୃଷ୍ଟିରେ ରଖି ବ୍ୟବସାୟୀମାନେ କଳାବଜାରୀ ଆରମ୍ଭ କରିଦେଇଛନ୍ତି । ବଡଚଣା ବ୍ଲକରେ ଚାଷୀମାନେ ଏହି ସାର ପାଇଁ ସାର ବ୍ୟବସାୟୀଙ୍କ ଦୋକାନ ଆଗରେ ଲମ୍ବା ଧାଡି ଲଗାଉଥିଲାବେଳେ ସେମାନେ ସାର ନଥିବା କହି ଚାଷୀଙ୍କୁ ଫେରାଇ ଦେଉଛନ୍ତି । ଏହି ବ୍ଲକରେ ସରକାରୀ ଅଧିସ୍ୱୀକୃତ ସାର ବ୍ୟବସାୟୀଭାବେ ଚମ୍ପାପୁର ଗ୍ରାମର ଶଙ୍କର୍ଷଣ ସାମଲ ଏବଂ ବାଲିଚନ୍ଦ୍ରପୁର ଗ୍ରାମର ରାଉତରାୟ ଆଣ୍ଡ ବ୍ରଦର୍ସ ସ୍ୱୀକୃତୀ ପାଇଛନ୍ତି । ଏହାବାଦ ଚମ୍ପାପୁର ଗ୍ରାମର ସାର ବ୍ୟବସାୟୀ ଛତିଆ ଓ ଚଣ୍ଡିଖୋଲଠାରେ ଦୁଇଜଣ ଖୁଚୁରା ବିକ୍ରେତା କେନ୍ଦ୍ର ଖୋଲିଚନ୍ତି । ସରକାରୀ ହିସାବ ୪୫ କିଲୋ ୟୁରିଆ ସାର ବସ୍ତାର ମୂଲ୍ୟ ୨୬୬ ଟଙ୍କା ୫୦ ପଇସା ଥିଲାବେଳେ ଏହି ସାରକୁ ୪୫୦ ଟଙ୍କା ଦରରେ ବିକ୍ରି କରାଯାଉଛି । ତେବେ ଚାଷୀଙ୍କୁ ୪୫୦ ଟଙ୍କା ଦରରେ ବିକ୍ରି କରାଯାଉଥିବା ବ୍ୟବସାୟୀଙ୍କୁ ବସ୍ତା ପିଛା ୩୮୦ ଟଙ୍କା ଦରରେ ବିକ୍ରି କରୁଥିବାାନେଇ ଅଭିଯୋଗ ଉଠିଛି । ସେହି ସାରକୁ ଡିଲରଙ୍କଠାରୁ ଖୁଚୁରା ବ୍ୟବସାୟୀମାନେ କିଣି ଏହାକୁ ୪୫୦ ରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଖୋଲା ବଜାରରେ ବିକ୍ରି କରୁଛନ୍ତି । ସରକାରୀ ହିସାବ ଅନୁଯାୟୀ ଅଗଷ୍ଟ ୨୦ରୁ ସେପ୍ଟେମ୍ବର ୧୯ ମଧ୍ୟରେ ଚମ୍ପାପୁରର ସାର ବ୍ୟବସାୟୀ ୧୫୦ ମେଟ୍ରିକ ଟନ ନାଗାର୍ଜୁନ ୟୁରିଆ ସାର ସରକାରଙ୍କଠାରୁ କିଣିଥିଳାବେଳେ ୨୦ ମେଟ୍ରିକ ଟନ ଇଫ୍କୋ ୟୁରିଆ ସାର କିଣିଛନ୍ତି । ଏହା ପରେ ବି ଚାଷୀମାନେ ସେଠାକୁ ଗଲେ ସାର ନ ଥିବା କହି ବ୍ୟବସାୟୀ ଚଷୀଙ୍କୁ ଫେରାଇ ଦେଉଛନ୍ତି । ତୁରନ୍ତ ଏହାର ତଦନ୍ତ କରାଯିବା ସହ କଳାବଜାରୀ ରୋକିବାପାଇଁ ଚାଷୀମାନେ ଦାବୀ କରିଛନ୍ତି । ଏ ସର୍ମ୍ପକରେ ଜିଲ୍ଲା କୃଷି ଉପନିଦେ୍ର୍ଦଶକ ଶରତ କୁମାର ପୃଷ୍ଟିଙ୍କୁ ପଚାରିବାରୁ ,ୟୁରିଆ ସାରର ଅଭାବ ନାହିଁ । ଚଳିତ ବର୍ଷ ଆବଶ୍ୟକ ମୁତାବକ ସାର ଡିଲରମାନେ ନେଇଛନ୍ତି । ତେବେ ପ୍ରତି ବସ୍ତାରେ ଲେଖା ଯାଇଥିବା ଦାମରେ ସେମାନେ ବିକ୍ରୟ କରିବା କଥା । ଯଦି ଏହାଠାରୁ ଅଧିକ ଦରରେ ବିକ୍ରୟ କରନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଏ ସର୍ମ୍ପକରେ ସାର ଡିଲର ଶଙ୍କର୍ଷଣ ସାମଲଙ୍କୁ ପଚାରିବାରୁ ,ତାଙ୍କ ପାଖରେ ୟୁରିଆ ସାର ନାହିଁ । ତାଙ୍କୁ ଆବଶ୍ୟକତାଠାରୁ କମ୍ ପରିମାଣର ସାର ଦିଆଯାଉଛି ବୋଲି କହିଛନ୍ତି ।

Related Posts

About The Author

Add Comment