ଜେନାପୁର/୨୫/୭ /ସନ୍ଧାନ ନିୟୁଜ୍): କଟକ ବନଖଣ୍ଡ ବୈରୀ ଡାଳିଜୋଡା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗଡ଼ ମଧୁପୁର ଫରେଷ୍ଟ ଅଧିନ ବାଘୁଆ ବେଆଇନ ପଥର ଖାଦାନ ରୁ କଳାପଥର ନେଇ ଯାଉଥିବା ଏକ ହାଇୱା କୁ ବନ ବିଭାଗ ଜବତ କରିଥିବା ଜଣାପଡ଼ିଛି।ସୂଚନା ମୁତାବକ ଗୁରୁବାର ସକାଳେ ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନ ରେ ଚଢ଼ାଉ କରାଯାଇଥିଲା।ଚଢ଼ାଉ ବେଳେ ବନ ବିଭାଗ ଉକ୍ତ ଖାଦାନ ରୁ ଏକ କଳା ପଥର ବୋଝେଇ ହାଇୱା ନମ୍ବର ଓଡ଼ି୧୪ଏଏଫ ୧୨୭୨ କୁ ପିଛା କରି ବାଘୁଆ ନିକଟରେ ଅଟକାଇ ଥିଲେ । ଗାଡ଼ି ଚାଳକ ଫେରାର ହୋଇଯାଇଥିବା ବେଳେ ଜବତ ହାଇୱା କୁ ବନ ବିଭାଗ କାର୍ଯ୍ୟାଳୟରେ ରଖାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଚଢ଼ାଉ ରେ ଗଡ଼ମଧୁପୁର ଫରେଷ୍ଟର ଏମ ଡି ସାକୀର ହୁସେନ ,ଗାର୍ଡ ସିପ୍ରାରାଣୀ ମହାପାତ୍ର,ସ୍କୁଆଡ଼ ଏସ କେ ଜାଭିର, ସମ୍ବିତ ରାଉତ, କରୁଣାକର ମଲ୍ଲିକ ପ୍ରମୁଖ ସାମିଲ ଥିଲେ।
କଳାପଥର ବୋଝେଇ ହାଇୱା ଜବତ।
|
July 25, 2024 |



