କଳାକାର ସହାୟତା ପାଇଁ ଆଧାର ନମ୍ୱର ଜରୁରୀ

Spread the love

ଯାଜପୁର,  ୨୧ା୧୦ (ସନ୍ଧାନ ନ୍ୟୁଜ) : ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଜିଲ୍ଳ୍‌ାର ୨୦୦୩ କଳାକାରଙ୍କୁ ସାମିଲ କରାଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ ମାସିକ ୧୨୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଊଚ୍ଥି । ଏହି ଅର୍ଥକୁ ହିତାଧିକାରୀଙ୍କ ବ୍ୟାଙ୍କ ଆକାଊଣ୍ଟସ୍ ମାଧ୍ୟମରେ ପ୍ରଦାନ କରାଯାଊଚ୍ଥି । ତେବେ କେତେକ ହିତାଧିକାରୀଙ୍କର ଆଧାର ନମ୍ୱର ଆବେଦନ ସମୟରେ ପ୍ରଦାନ କରାଯାଇ ନ ଥିବାରୁ ସେ ଗୁଡିକ ସଂଗ୍ରହ ଜରୁରୀ ହୋଇ ପଡିଚ୍ଥି । ବ୍ୟାଙ୍କ ଆକାଊଣ୍ଟସ୍‌ରେ ଅର୍ଥ ପ୍ରଦାନ ସମୟରେ ଆଧାର ନମ୍ୱରର ସଂଲଗ୍ନ ଆବଶ୍ୟକ ହେଊଥିବାରୁ ଯେଊଁ କଳାକାର ମାନେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ସାମିଲ ଅଚ୍ଥନ୍ତି ସେମାନେ ତୁରନ୍ତ ଆଧାର ନମ୍ୱର ପ୍ରଦାନ ପାଇଁ ପରାମର୍ଶ ଦିଆଯାଇଚ୍ଥି । ହିତାଧିକାରୀ ମାନେ ନିଜ ଆଧାର ନମ୍ୱର ବା ଆଧାର କାର୍ଡର ନକଲ ଜିଲ୍ଳ୍‌ା ସଂସ୍କୃତି କାର୍ଯ୍ୟାଳୟ, ଯାଜପୁରରେ ପ୍ରଦାନ କରିବା ବିଧେୟ । ଆଧାର ନମ୍ୱର ଅଭାବରୁ ହିତାଧିକାରୀଙ୍କୁ ସହାୟତା ପ୍ରଦାନ ବାଧାପ୍ରାପ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇପାରେ ବୋଲି ଜିଲ୍ଳ୍‌ା ସଂସ୍କୃତି ଅଧିକାରୀ ସୂଚନା ଦେବା ସହ ଯେଊଁମାନେ ଆଧାର ନମ୍ୱର ଦେଇ ନାହାନ୍ତି ସଂପୃକ୍ତ ହିତାଧିକାରୀ ମାନେ ତୁରନ୍ତ ଆଧାର କାର୍ଡର ନକଲ ଜିଲ୍ଳ୍‌ା କାର୍ଯ୍ୟାଳୟରେ ପ୍ରଦାନ କରିବାକୁ ଅନୁରୋଧ କରିଚ୍ଥ୍‌ନ୍ତି ।

Related Posts

About The Author

Add Comment