ବାହାନଗା,୦୬.୦୨.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):- -ଏହି ବ୍ଲକର କଲ୍ୟାଣୀ ସେବା ସମବାୟ ସମିତିରେ ଧାନ କିଣାରେ ଅନିୟମିତତା ଅଭିଯୋଗ କରି କେତେକ ଚାଷୀ ଆଜି ସମିତି ଆଗରେ ଧାରଣାରେ ବସିଥିଲେ। ସମିତିର କେତେକ କର୍ମଚାରୀ ସ୍ଥାନୀୟ ଦୁର୍ଗାଦେବୀ ଠାକୁରାଣୀ ଜମିର ଧାନ ବିକ୍ରି ପାଇଁ ଅନଲାଇନ କରିହେବନି କହି ପରେ ସମିତିରେ ଜଣେ କାର୍ଯ୍ୟରତ କର୍ମଚାରୀଙ୍କ ଧାନ ବିକ୍ରି ପାଇଁ ଅନ ଲାଇନ ହୋଇଥିବାରୁ ତାହାକୁ ବିରୋଧ କରାଯାଇଛି । ଏପରିକି ମଧ୍ୟ ଜଣେ ଚାଷୀ ନିଜର ସହମତି ନଥାଇ ମଧ୍ୟ ତାଙ୍କ ଜମିରେ ଅନ୍ୟ ଜଣେ ଚାଷୀ ଭାଗ ଚାଷ କରିଥିବା ଦର୍ଶାଇ ଅନିୟମିତତା ଭାବରେ ଧାନ ବିକ୍ରି କରୁଥିବା ନେଇ ସମିତିରେ ପାତର ଅନ୍ତର ହେଉଥିବାର ଜିଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ। ସେ ନେଇ ଆଜି ଡିଆରସିଏସ କଲ୍ୟାଣୀ ସେବା ସମବାୟ ସମିତିରେ ୧୧ ଟା ବେଳକୁ ପହଞ୍ଚି ସମସ୍ୟାର ଆଶୁ ସମାଧାନ କରିବା ପାଇଁ ପତ୍ରାଦେଶ କରି ନିଜେ ସଠିକ ସମୟରେ ନଆସିବାରୁ ସମସ୍ୟା ବଢିଥୁଲା । ଫଳରେ ବହୁ ଚାଷୀ ସମିତିରେ ଅନିୟମିତତା ନେଇ ସମ୍ପାଦକ ଓ କମ୍ପ୍ୟୁଟର କାର୍ଯ୍ୟରତ କର୍ମଚାରୀଙ୍କୁ ବହିଷ୍କାର ଦାବି କରି ସମିତି ଆଗରେ ଧାରଣା ଦେଇଥିଲେ । ପରେ ବିଳମ୍ବରେ ଡିଆରସିଏସ ସହ ଅନ୍ୟ ପଦାକାରୀ ପହଞ୍ଚିବା ସହ ଚାଷୀଙ୍କ ସହ ଆଲୋଚନା କରି ସମସ୍ୟା ବାବଦରେ ଖୁବଶିଘ୍ର ପଦକ୍ଷେପ ନିଆଯିବ କହି ଧାନ କିଣା ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ।
କଲ୍ୟାଣୀ ସେବା ସମବାୟ ସମିତିରେ ଧାନ କିଣାରେ ଅନିୟମିତତା ଅଭିଯୋଗ
|
February 6, 2021 |