କଲେଜ ଛାତ୍ରଙ୍କ ମୃତ୍ୟୁ ମାମଲାରେ ପରିବାର ଲୋକଙ୍କ ଅଭିଯୋଗ:ପାଣିକୁ ଠେଲି ହତ୍ୟା କରାଯାଇଛି

Spread the love

ବାରିପଦା, ଖୁଣ୍ଟା ୧୦/୭/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ଡ୍ୟାମକୁ ଗାଧେଇବାକୁ ଯାଇ ପାଣିରେ ବୁଡି କଲେଜ ଛାତ୍ରଙ୍କ ମୃତ୍ୟୁ ଘଟଣା ଏବେ ଭିନ୍ନମୋଡ ନେଇଛି । ପୋଲିସ ଏନେଇ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ମୃତକଙ୍କ ପରିବାର ପକ୍ଷରୁ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଏହାକୁ ଭିତ୍ତି କରି ପୋଲିସ ଘଟଣାକୁ ହତ୍ୟା ମାମଲାରେ ପରିବର୍ତ୍ତିତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
ପ୍ରକାଶଥାଉକି, ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଡୁକୁରା ଗ୍ରାମବାସୀ ତଥା ଜିଲ୍ଲା କଂଗ୍ରେସ ଓବିସି ସେଲ ଅଧ୍ୟକ୍ଷ ଅଶୋକ ବ୍ରହ୍ମଙ୍କ ପୁଅ ଶୁଭମ(୨୦) ଗତ ୫ ତାରିଖରେ ଡ୍ୟାମରେ ବୁଡି ମୃତ୍ୟୁ ହୋଇଥିଲା । ସେଦିନ ଶୁଭମ ତାଙ୍କ ସାଙ୍ଗ ନବୀନ ନାଏକଙ୍କ ପୁଅ ସିପୁନ, ବାବୁ ସିଂଙ୍କ ପୁଅ କାହ୍ନା ଏବଂ ଚୁନଡିହା ଗ୍ରାମର ସତ୍ୟନାରାୟଣ ବେହେରାଙ୍କ ପୁଅ ସିବୁନ ସହିତ ନିକଟସ୍ଥ ଅରିକୁଳ ଡ୍ୟାମକୁ ଗାଧୋଇବା ପାଇଁ ଯାଇଥିବା କୁହାଯାଉଛି। ତେବେ ଶୁଭମ ପହଁରା ଶିଖିନଥିବା ହେତୁ ପିଲାଟି ଦିନରୁ ଗାଡିଆ, ପୋଖରୀ ତଥା ଗଭୀର ପାଣିକୁ ଭୟ କରନ୍ତି। ସେଥିପାଇଁ ଘଟଣାଦିନ ସେ ସାଙ୍ଗମାଙ୍କ ସହିତ ଡ୍ୟାମକୁ ଯାଇଥିଲେ ହେଁ ଗଭୀର ପାଣିରେ ଗାଧୋଇବାକୁ କେବେବି ସାହସ କରିନଥିବ । ସ।ଥିରେ ଥିବା ଅନ୍ୟ ସାଙ୍ଗମାନେ କୋୖଣସି କାରଣକୁ ନେଇ ଶୁଭମ୍ କୁ ପାଣିକୁ ଠେଲି ଦେଇଥିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ବାପା ଅଶୋକ ଏବଂ ମା କୃଷ୍ଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟ ପଟେ ଶୁଭମ୍ ଙ୍କ ମୁଣ୍ଡରେ ଦେଖାଯାଇଥିବା କ୍ଷତ ମଧ୍ୟ ଅଧିକ ସନ୍ଦେହଘେରକୁ ଆସିଥିବ ପରିବାର ଲୋକ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୂର୍ବରୁ ଥାନାରେ ରୁଜୁ କରାଯାଇଥିବା ଅପମୃତ୍ୟୁ ମାମଲା କେସ୍ ନଂ-୧୦୮/୨୦ରେ ହତ୍ୟା ମାମଲାରେ ପରିବର୍ତ୍ତିତ କରାଯାଇଛି । ଏଥିସହ ପୋଲିସ ସାଇଣ୍ଟିଫିକ୍ ଟିମ୍ ର ସହାୟତାରେ ଘଟଣାର ଛାନଭିନ୍ ଆରମ୍ଭ କରିଥିବା କୁହାଯାଉଛି ।
ପ୍ରକାଶଥାଉକି ମୃତକ ଶୁଭମ୍ ପରିବାରର ଏକମାତ୍ର ସନ୍ତାନ ଥିବା ବେଳେ ଉଦଳା ଥାନା କୁଣ୍ଡାବାଇ ସ୍ଥିତ ଆର୍ଡିଏସ୍ ମହାବିଦ୍ୟାଳୟର ଯୁକ୍ତ ୩ ଦ୍ବିତୀୟ ବର୍ଷର ବିଜ୍ଞାନ ଛାତ୍ର ଥିଲେ । ଶୁଭମ ସେଦିନ ପାଣିରେ ବୁଡି ଯାଇଥିବା ନେଇ ପରିବାର ଲୋକ ଖବର ପାଇବା ପରେ ବାପା ଅଶୋକ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଶୁଭମ୍ ସନ୍ଧାନ ମିଳିନଥିବା ବେଳେ ସ୍ଥାନୀୟ ସରପଞ୍ଚ ଶିବ ଶଙ୍କର ସିଂ ସାହସିକତା ଦେଖାଇ ଅନ୍ୟମାନଙ୍କ ସହାୟତାରେ ଡ଼୍ୟାମ୍ ର ଗମ୍ଭୀର ପାଣିରୁ ଶୁଭମକୁ ଉଦ୍ଧାର କରିଥିଲେ । ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

Related Posts

About The Author

Add Comment