ବାରିପଦା, 30.01.2021 (ସନ୍ଧାନ ନିଉଜ୍):– ଫେବୃଆରୀ କୋଭିଡ୍-୧୯ ଗାଇଡ୍ଲାଇନ୍ରେ କେନ୍ଦ୍ର ସରକାର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛନ୍ତି। ଏହା ପରେ ରାଜ୍ୟ ସରକାର ସ୍କୁଲ, କଲେଜ୍ ଓ ବିଶ୍ଵ ବିଦ୍ୟାଳୟ ଖୋଲିବା ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରଥମେ ରାଜ୍ୟରେ ଦଶମ, ଯୁକ୍ତ ୨ ଦ୍ଵିତୀୟ ବର୍ଷ ଏବଂ ୟୁଜି ଏବଂ ପିଜିର ଶେଷ ବର୍ଷର ଛାତ୍ର-ଛାତ୍ରୀଙ୍କ ପାଇଁ ଶିକ୍ଷାନୁଷ୍ଠାନ ଖୋଲିବା ପରେ ଏବେ ରାଜ୍ୟ ସରକାର ପିଜି ଓ ୟୁଜି ଛାତ୍ରଙ୍କ ପାଇଁ କଲେଜ୍ ଏବଂ ବିଶ୍ଵ ବିଦ୍ୟାଳୟ ଫେବୃଆରୀ ୬ରୁ ଖୋଲିବାକୁ ଘୋଷଣା କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ ରାଜ୍ୟ ସରକାର ଯୁକ୍ତ ୩ ଏବଂ ପିଜିର ଅନ୍ୟ ସେମିଷ୍ଟାରର ଛାତ୍ର-ଛାତ୍ରୀଙ୍କ ପାଇଁ ଫେବୃଆରୀ ୬ରୁ କଲେଜ୍ ଓ ବିଶ୍ଵ ବିଦ୍ୟାଳୟ ଖୋଲିବାକୁ ଘୋଷଣା କରିଛନ୍ତି। ଛାତ୍ର-ଛାତ୍ରୀଙ୍କୁ ଶ୍ରେଣୀଗୃହରେ ପାଠପଢା ପାଇଁ ଅନୁମତି ମିଳିଛି। ମେ ୧୬ରୁ ମେ ୩୧ ମଧ୍ୟରେ ଅନ୍ୟ ସେମିଷ୍ଟାର ପରୀକ୍ଷା ଆୟୋଜନ ହେବ। ସେହି ପରି ଶେଷ ସେମିଷ୍ଟାର ଜୁନ ୧୬ରୁ ଜୁନ ୩୦ ମଧ୍ୟରେ ଆୟୋଜନ ହେବ। ଉଚ୍ଚ ଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ଜରିଆରେ ଏହା କୁହାଯାଇଛି। କରୋନା ମହାମାରୀ କାରଣରୁ ସମଗ୍ର ଶିକ୍ଷା ବ୍ୟବସ୍ଥା ଉପରେ ଗୁରୁତର ପ୍ରଭାବ ପଡିଛି। ଗତ ଶିକ୍ଷା ବର୍ଷ ସଂପୂର୍ଣ୍ଣ ଧୋଇ ହୋଇ ଯାଇଛି। ଦୀର୍ଘ ୯ ମାସ ପରେ ରାଜ୍ୟରେ ପ୍ରଥମେ ଦଶମ, ଯୁକ୍ତ ୨ ଦ୍ଵିତୀୟ ବର୍ଷ ଏବଂ ୟୁଜି-ପିଜିର ଶେଷ ସେମିଷ୍ଟାର ପାଇଁ ସ୍କୁଲ, କଲେଜ୍ ଖୋଲା ଯାଇଥିଲା। ୟୁଜି ଏବଂ ପିଜି ପରେ ସରକାର ପ୍ରଥମରୁ ନବମ କ୍ଲାସ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ଉପରେ ବିଚାର କରୁଛନ୍ତି।
କଲେଜ୍ ଓ ବିଶ୍ଵ ବିଦ୍ୟାଳୟ ଗୁଡିକର ଏହି ତାରିଖରେ ହେବ ପରୀକ୍ଷା
|
January 30, 2021 |