କଲାମ୍‍ଙ୍କ ଅବଦାନ ଭାରତକୁ ଶକ୍ତିଶାଳୀ କରିଛି – ରାଜନାଥ

Spread the love

ନୁଆଦିଲ୍ଲୀ, ୧୫/୧୦ (ସନ୍ଧାନ ନିଉଜ) : କ୍ଷେପଣାସ୍ତ୍ର ଉନ୍ନୟନ କାର୍ଯ୍ୟକ୍ରମ ଏବଂ ଗବେଷଣା ପାଇଁ ଡକ୍ଟର ଏ.ପି.ଜେ. ଅବଦୁଲ୍ଲ କଲାମ୍‍ଙ୍କ ଅବଦାନ ଭାରତକୁ ସ୍ୱଦେଶ ନିର୍ମିତ କ୍ଷେପଣାସ୍ତ୍ର ଦକ୍ଷତା ହାସଲକାରୀ ରାଷ୍ଟ୍ରମାନଙ୍କ ମଧ୍ୟରେ ସାମିଲ କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ (ଡି.ଆର୍‍.ଡି.ଓ.)ର ନିର୍ଦ୍ଦେଶକମାନଙ୍କ ସମ୍ମିଳନୀରେ ଯୋଗଦେଇ ସେ କହିଛନ୍ତି, ଡି.ଆର୍‍.ଡି.ଓ. ଦେଶକୁ ଅତ୍ୟାଧୁନିକ କାରିଗରି ବିଦ୍ୟାରେ କ୍ଷମତାପନ୍ନ କରିଛି। ସେ କହିଛନ୍ତି, ବିଭିନ୍ନ କଟକଣା, ସୀମିତ ସ୍ୱଦେଶୀ ଦକ୍ଷତା ଏବଂ ସମୟ ଅଭାବ ସତ୍ତ୍ବେ ଡିଆର୍‍ଡିଓ ବିଭିନ୍ନ ପ୍ରକାର ବ୍ୟବସ୍ଥା, ଉତ୍ପାଦ ଏବଂ ସଶସ୍ତ୍ର ବାହିନୀ ପାଇଁ ଆବଶ୍ୟକ ହେଉଥିବା କାରିଗରୀ ବିଦ୍ୟା ହାସଲ କ୍ଷେତ୍ରରେ ସଫଳତା ହାସଲ କରିଛି।

ଏହି ଅବସରରେ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍‍ ଡୋଭାଲ୍‍ କହିଛନ୍ତି, ଅତ୍ୟାଧୁନିକ କାରିଗରି ବିଦ୍ୟା ଭାରତକୁ ଆହୁରି ସୁରକ୍ଷିତ କରିପାରିଛି। ସେ କହିଛନ୍ତି, ପ୍ରତିରକ୍ଷା ସେବା ଓ ଗୁଇନ୍ଦା ବିଭାଗ ତଥା ଦେଶର ଅନ୍ୟ ଆବଶ୍ୟକତାକୁ ପୁରଣ କରିବା ପାଇଁ କାରିଗରୀ ବିଦ୍ୟା ହାସଲ କରିବା ଆବଶ୍ୟକ। ପଦାତିକ ବାହିନୀ ମୁଖ୍ୟ ଜେନେରାଲ୍‍ ବିପିନ୍‍ ରାୱତ୍‍ ସେନାବାହିନୀର ଆବଶ୍ୟକତା ପୂରଣ ପାଇଁ ଡିଆର୍‍ଡିଓର ଅବଦାନକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଭବିଷ୍ୟତରେ ଯୁଦ୍ଧ ପାଇଁ ବ୍ୟବସ୍ଥିତ ହେବା ଲାଗି ଆମକୁ ସାଇବର ସ୍ପେଶ୍‍, ଲେଜର, ଇଲେକ୍ଟ୍ରୋନିକ୍ସ ଓ ରୋବୋଟ୍‍ କାରିଗରୀ ବିଦ୍ୟା ଏବଂ କୁତ୍ରିମ ଗୁଇନ୍ଦା ବ୍ୟବସ୍ଥା ଉପରେ ଅନୁଧ୍ୟାନ କରିବାକୁ ପଡ଼ିବ।

ନୌବାହିନୀ ମୁଖ୍ୟ ଆଡମିରାଲ୍‍ କରମବୀର ସିଂହ କହିଛନ୍ତି, ଅତ୍ୟାଧୁନିକ କାରିଗରି ବିଦ୍ୟା ହାସଲ ଦିଗରେ ଆମକୁ ନିରନ୍ତର ପଦକ୍ଷେପ ନେବାକୁ ପଡ଼ିବ ଏବଂ ଆମେରିକା ଭଳି ଦକ୍ଷ ହେବାକୁ ପଡ଼ିବ। ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୈଜ୍ଞାନିକ ସମସ୍ୟାର ସମାଧାନ ପାଇଁ ଯୁବ ବିଜ୍ଞାନୀ ଓ ଷ୍ଟାଟ୍‍ର୍ଅପ୍‍ କମ୍ପାନୀଗୁଡ଼ିକୁ କଲାମ୍‍ ଡେୟାର୍‍ ଟୁ ଡ୍ରିମ୍‍ ପୁରସ୍କାର ପ୍ରଦାନ କରିଛନ୍ତି।

Related Posts

About The Author

Add Comment