ଜେନାପୁର /୧୯/୦୨/ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ପଞ୍ଚାୟତ ଅଞ୍ଚଳରେ ବଣୁଆ ହାତୀ ଙ୍କ ଉପଦ୍ରବ ବଢ଼ି ଚାଲିଛି। ସୂଚନା ମୁତାବକ ରବିବାର ବିଳମ୍ବିତ ରାତିରେ ପଡ଼ୋଶୀ ଢେଙ୍କାନାଳ ଜିଲ୍ଲାର ପିଙ୍ଗୁଆ ଅଞ୍ଚଳ ରୁ ହାତୀ ଆସି ଧର୍ମଶାଳା ବ୍ଲକ ର ଏଣ୍ଡଳବା ଅଞ୍ଚଳରେ ବିଭିନ୍ନ କ୍ଷତି କରୁଥିବା ଦେଖି ବାକୁ ମିଳିଛି। ବନ ବିଭାଗ ପକ୍ଷରୁ ହାତୀ କୁ ବହୁ ସମୟ ଧରି ପିଛା କରାଯାଇଥିଲେ ମଧ୍ୟ ହାତୀ ଗାଁ ମୁହାଁ ହୋଇ ଥିଲେ। କଲାଣ୍ଡ ଗ୍ରାମ ର ଜଣେ ଗରିବ ଚାଷୀ ଙ୍କ ବିଲ ରୁ ବହୁ ସଂଖ୍ୟକ ବୋଇତାଳୁ ଖାଇବା ସହିତ ନଷ୍ଟ କରିଥିଲା। ତା ପରେ ସେହି ଗାଁ ର ଜଣେ ଚାଷୀ ମଣ୍ଡି ରେ ଧାନ ବିକ୍ରି ପାଇଁ ରଖିଥିବା ବେଳେ ତାକୁ ମଧ୍ୟ ହାତୀ କିଛି ପରିମାଣ ର ଖାଇ ବହୁ ନଷ୍ଟ କରିଥିଲା। ରାତି ସମୟ ହୋଇଥିବାରୁ ଗ୍ରାମବାସୀ ମାନେ ଭୟ ରେ ବାହାର କୁ ବାହାରି ନ ଥିଲେ। ବହୁ ସମୟ ପରେ ବନ ବିଭାଗ କର୍ମଚାରୀ ଓ କଲାଣ୍ଡ ଗ୍ରାମ ର କିଛି ଯୁବକ ଙ୍କ ସହଯୋଗ ରେ ନଦୀ ଆର ପଟ କୁ ହାତୀ ଟି ଚାଲି ଯାଇଥିବା ଜଣାପଡିଛି। ଗରିବ ଚାଷୀ ଙ୍କ କ୍ଷତି ପୂରଣ ପାଇଁ ଦାବି ହୋଇଛି।
କଲାଣ୍ଡ ଗ୍ରାମରେ ବଣୁଆଁ ହାତୀ ଆତଙ୍କ
|
February 20, 2024 |
![](https://sandhannews.com/wp-content/uploads/2024/02/IMG_20240219_033008.jpg)