କବାଟବନ୍ଧ, ୧୭/୧୨ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ପଞ୍ଚାୟତ ଅଧିନ କଲାଣ୍ଡ ଗ୍ରାମରେ ୪୦ତମ ଗଜଉଦ୍ଧାରଣ ପୂଜା ମହୋତ୍ସବ ୫ ଦିନ ଧରି ମହାଆଡମ୍ବରରେ ପାଳିତ ହେଉଅଛି । ଏଥିରେ ବହୁ ମନରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ ହେଉଅଛି ,ଯେପରି ଭଜନ, କୀର୍ତ୍ତନ, ଓଡିଶୀ ନୃତ୍ୟ, ଆଧୁନିକ ନୃତ୍ୟ ,ଏବଂ ଆଗାମୀ ଦିନରେ ଆହୁରି ଅନେକ କିଛି ମନୋରଞ୍ଜନ କାର୍ଯ୍ୟକ୍ରମ ରହିଛି ,ପୂଜାର ବିଶେଷ ଆକର୍ଷଣ ମହିଳା ମାନଙ୍କଦ୍ଵାରା ନଦିଆ ସଂକୀର୍ତ୍ତନ ଦୁଇଟି ଗୃପ୍ ରହିଛି ଶ୍ରଦ୍ଧାଳୁ ମାନେ ବହୁ ସଂଖ୍ୟରେ ପୂଜା ମହୋଉତ୍ସବକୁ ମନଭରି ଉପଭୋଗ କରୁଛନ୍ତି ।




