ଜେନାପୁର/୨୧/୧୨) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ଗ୍ରାମ ପଞ୍ଚାୟତ ଅଧୀନ କଲାଣ୍ଡ ଗ୍ରାମରେ ବହୁ ଧୁମ୍ ଧାମ୍ ରେ ୪୬ ତମ ଲକ୍ଷ୍ମୀ ନାରାୟଣ (ଗଜ ଉଦ୍ଧାହରଣ) ପୂଜା ଉତ୍ସବ ପାଳିତ ହେଇଯାଇଛି। ଚଳିତ ପୌଷ ମାସ ଇଂରାଜୀ ୧୬ ତାରିଖ ପବିତ୍ର ଧନୁ ସଂକ୍ରାନ୍ତି ଦିନ ବ୍ରାହ୍ମଣୀ ନଦୀରେ କଳସ ବୁଡାଇ ଗ୍ରାମ ଚତୁପାର୍ଶ୍ଵ ପରି ଭ୍ରମଣ କରି ଲକ୍ଷ୍ମୀ ନାରାୟଣ ପୂଜା ମଣ୍ଡପରେ କଳସ ସ୍ଥାପନ କରିଥିଲେ। ଏହି ପୂଜା ପାଞ୍ଚ ଦିନ ଧରି ବହୁ ଆଡମ୍ବର ସହକାରେ ପାଳିନ କରାଯାଉଛି। ରୀତିନୀତି ଅନୁଯାୟୀ ଗୋ ପୂଜା, ସୂର୍ଯ୍ୟ ପୂଜା, ଦେବ ପୂଜା ଲକ୍ଷ୍ମୀ ନାରାୟଣ ଙ୍କର ସମସ୍ତ ପୂଜା କାର୍ଯ୍ୟ ସମ୍ପାଦନ କରାଯାଉଛି। ପ୍ରତ୍ୟେକ ସଂଧ୍ୟ୍ୟାରେ ଆଳତି କୀର୍ତ୍ତନ,ନାମ ସଂକୀର୍ତ୍ତନ ସହିତ ଭଜନ ପରିବେଷଣ, ଡ୍ୟାନ୍ସ ,ମେଲୋଡ଼ି ଆଦି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି। ଗତ ୨୦ ତାରିଖ ପୂର୍ଣ୍ଣାହୁତି ହେଇଥିଲା । ପୂର୍ଣ୍ଣ ଆହୁତି ସନ୍ଧ୍ୟାରେ କମିଟି ତରଫରୁ କୀର୍ତ୍ତନ ସମ୍ମିଳନୀ ହୋଇଥିଲା, ପାଞ୍ଚ ଦିନ ଧରି ଆନନ୍ଦ ବଜାର ଖୋଲା ରହିଥିଲା, ଯାଜପୁର ସିଂହ ପରରୁ ଆସିଥିବା ଲିଟିଲ୍ ଡ୍ୟାନ୍ସ ଗ୍ରୁପ୍ ଦର୍ଶକଙ୍କ ମନ ମୋହିଥିଲା,ସୋମବାର ଦିନ ଭସାଣି କାର୍ଯ୍ୟକ୍ରମ ରହିଥିବା ପୂଜା କମିଟି ତରଫରୁ ସୂଚନା ଦିଆଯାଇଛି।
କଲାଣ୍ଡରେ ଉଦଯାପିତ ହେଲା ୪୬ତମ ଗଜଉଦ୍ଧାହରଣ ପୁଜା ମହୋଉତ୍ସବ
|
December 21, 2024 |