କଲମ୍ବୋ ବିସ୍ଫୋରଣ ଘଟଣା : ୨୦୭ ମୃତକଙ୍କ ମଧ୍ୟରେ ୩ ଜଣ ଭାରତୀୟ ନାଗରିକ, ଭାରତୀୟ ଉଚ୍ଚାୟୋଗ ପକ୍ଷରୁ ହେଲ୍ପଲାଇନ୍‌ ନମ୍ବର ଜାରି

Spread the love

କଲମ୍ବୋ, ୨୧/୪ (ସନ୍ଧାନ ନିୟୁଜ) : ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ରବିବାର ଘଟିଥିବା ଆତ୍ମଘାତୀ ବୋମା ବିସ୍ଫୋରଣରେ ୨୦୭ ମୃତକଙ୍କ ମଧ୍ୟରେ ୩ ଜଣ ଭାରତୀୟ ନାଗରିକ ଥିବା ଜଣାପଡ଼ିଛି। ପୂର୍ବରୁ କେବଳ ଜଣେ ଭାରତୀୟ ମହିଳା ନିହତ ହୋଇଥିବା ନେଇ ସୂଚନା ମିଳିଥିଲା। ଏ ନେଇ କଲମ୍ବୋସ୍ଥିତ ଭାରତୀୟ ଉଚ୍ଚାୟୋଗ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ହେଲ୍ପଲାଇନ ନମ୍ବର ଗୁଡ଼ିକ ହେଲା +94777903082, +94112422788, +94112422789, +94777902082 ଏବଂ +94772234176। ଏହି ନମ୍ବର ଜରିଆରେ ମୃତାହତଙ୍କ ସଂପର୍କରେ ସୂଚନା ମିଳିପାରିବ।

ସମଗ୍ର ବିଶ୍ୱ ସମେତ କଲମ୍ବୋରେ ଇଷ୍ଟର ସଣ୍ଡେ ପାଳନ ହେଉଥିବା ବେଳେ ଆଜି ସକାଳୁ ଗୋଟିଏ ପରେ ଗୋଟିଏ ୮ଟି ବୋମା ବିସ୍ଫୋରଣ ଘଟିଥିଲା। ରିପୋର୍ଟ ଲେଖାଯିବା ବେଳକୁ ୨୦୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତ ମାନଙ୍କର ମଧ୍ୟରୁ ଅନେକ ଗୁରୁତର ଅଛନ୍ତି। ସେମାନଙ୍କୁ ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଦୀପରାଷ୍ଟ୍ର ଶ୍ରୀଲଙ୍କାରେ ଆଜି ସକାଳୁ କ୍ରମାଗତ ୮ଟି ବୋମା ବିସ୍ଫୋରଣ ହୋଇଥିଲା। ବୋମାଗୁଡ଼ିକ ହୋଟେଲ ଏବଂ ଚର୍ଚ୍ଚ ଗୁଡ଼ିକୁ ଟାର୍ଗେଟ କରି ଆକ୍ରମଣ କରାଯାଇଥିଲା। ଫଳରେ ଏହି ଘଟଣାରେ କିଛି ବିଦେଶୀ ନାଗରିକଙ୍କର ମୃତ୍ୟୁ ଘଟିଛି। ବୋମା ବିସ୍ଫୋରଣ ଘଟଣାରେ ପୁଲିସ ୭ ଜଣଙ୍କୁ ଗିରଫ କରିଥିବା ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି।

Related Posts

About The Author

Add Comment