ପାନାଜୀ, ୧୭/୧୨ (ସନ୍ଧାନ ନିୟୁଜ) ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କର ନାକରେ ପାଇପ ଲାଗିଥିବା ସତ୍ତ୍ୱେ ସେ କାମରେ ଲାଗିଥିବା ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।ପାରିକର ଏବେ ମାରାତ୍ମକ କ୍ୟାନ୍ସର ରୋଗରେ ପିଡୀତ ଥାଇ ଚିକିତ୍ସାଧିନ ଅଛନ୍ତି।ପାରିକର ଖୁବ୍ ଦୁର୍ବଳ ମଧ୍ୟ ହୋଇ ଯାଇଛନ୍ତି।କିନ୍ତୁ ସେଥିରେ ମଧ୍ୟ ସେ ତାଙ୍କ କାମରୁ ପଛକୁ ହଟି ନାହାଁନ୍ତି।ଗୋଆରେ ନିର୍ମାଣଧିନ ଜୁଆରୀ ବ୍ରିଜ ଏବଂ ତୃତୀୟ ମାଣ୍ଡବି ବ୍ରିଜ କାମ ତଦାରଖ ପାଇଁ ପିଡବ୍ଲୁଡି କର୍ମଚାରୀଙ୍କ ସହ ପହଁଚି ଯାଇଥିଲେ ପାରିକର।କ୍ୟାନ୍ସରରେ ପୀଡିତ ପାରିକରଙ୍କ ଶରୀର ଖୁବ୍ କମଜୋର ହୋଇଯାଇଥିଲେ ମଧ୍ୟ ତାଙ୍କ କାର୍ଯ୍ୟରେ ଯଥେଷ୍ଟ ଗତିଶୀଳତା ଦେଖାଯାଉଛି।
କର୍ମ ମାନେନା ରୋଗ ବୈରାଗ; କର୍କଟ ରୋଗରେ ପୀଡିତ ହୋଇବି କାମରେ ଗୋଆ ମୁଖ୍ୟମନ୍ତ୍ରୀ ପାରିକର
|
December 17, 2018 |
![କର୍ମ ମାନେନା ରୋଗ ବୈରାଗ; କର୍କଟ ରୋଗରେ ପୀଡିତ ହୋଇବି କାମରେ ଗୋଆ ମୁଖ୍ୟମନ୍ତ୍ରୀ ପାରିକର](https://sandhannews.com/wp-content/themes/mts_newsonline/images/nothumb-featuredfull.png)