କର୍ମ୍ରେଡ ବାବାଜି ଚରଣ ସେନାପତିଙ୍କ ବିୟୋଗରେ ଶୋକ

Spread the love

ବଡଚଣା, ୨୬/୦୪ (ସନ୍ଧାନ ନିଉଜ ): ବଡଚଣା ବ୍ଲକ ଅନ୍ତର୍ଗତ ନୂଆ ସୁଙ୍ଗୁଡା ଗ୍ରାମର କର୍ମ୍ରେଡ୍ ବାବାଜି ଚରଣ ସେନାପତି (୭୫)ଙ୍କ ବିୟୋଗରେ ବଡଚଣା ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ଶ୍ରୀ ସେନାପତି ବନ୍ଦୋବସ୍ତ ବିଭାଗରେ ପେସ୍କାର ଭାବେ ଦୀର୍ଘବର୍ଷ କାର୍ଯ୍ୟ କରିଥିଲେ ହେଁ ଜଣେ ସକ୍ରିୟ ସଭ୍ୟ ଭାବରେ ଭାରତୀୟ କମୁନିଷ୍ଟ ପାର୍ଟିର ନିତୀ ଆଦର୍ଶରେ ଅନୁପ୍ରାଣୀତ ହୋଇଥିଲେ । ସେ ନିଜର ଜୀବନ କାଳ ମଧ୍ୟରେ ସାଧରଣ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରି ଲୋକପ୍ରିୟତା ଅର୍ଜନ କରିଥିଲେ । ସେ ଜଣେ ମିଷ୍ଟଭାସୀ ପରୋପକାରୀ, ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ । ତାଙ୍କର ବିୟୋଗରେ ପୂର୍ବତନ ମନ୍ତ୍ରୀ ସିତାକାନ୍ତ ମହାପାତ୍ର, କର୍ମ୍ରେଡ ଯତୀନ୍ଦ୍ର ଜେନା, ଇଶ୍ୱର ପରିଡା, ଶିକ୍ଷକ ଭଗବାନ ପଣ୍ଡା, ଯୁଧିଷ୍ଟିର ସାହୁ, ସମିତିସଭ୍ୟ ପ୍ରୀତମ ନାୟକ, ତପନ ନାୟକ, ସରପଂଚ ଚାଚାଲିନ୍ ସ୍ୱାଇଁ, ସତ୍ୟବତ୍ର ସେନାପତି,ପବିତ୍ର ସାହୁ, ନାରଣ ମହାଲା, ଭାଷ୍କର ସେଠୀ, ସୁକାନ୍ତ ଜେନା, ଅଧ୍ୟାପକ ପବିତ୍ର ମହାଲା, ଚଣ୍ଡିଖୋଲ ପ୍ରେସ କ୍ଲବ ସଭାପତି ପ୍ରଦୀପ୍ତ ପରିଡା, ସ।।ମ୍ବାଦିକ, ଅଭିମନ୍ୟୁ ଧଳ, ଶିବରାମ ସାହୁ, ହେମଶ ଜେନା ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି । ତାଙ୍କ ମରଶରୀର ଉପରେ କମୁନିଷ୍ଠ ଦଳର ଦଳୀୟ ପାତାକା ଦିଆଯାଇ ଗ୍ରାମ ପରିକ୍ରମା କରି ଗ୍ରାମ ସ୍ମଶାନକୁ ନିଆଯାଇଥିଲା । ତାଙ୍କର ପୁତ୍ର ବିଶ୍ୱଜିତ ସେନାପତି ମୁଖାଗ୍ନି ଦେଇଥିଲେ ।

Related Posts

About The Author

Add Comment