କର୍ମଚାରୀ ପରିଚୟ ଦେଇ ଠକ ଲୁଟେରା ଜଣକ ୭୦ହଜାର ଟଙ୍କା ଲୁଟି ନେଲେ

Spread the love

ବଡ଼ସାହି, ୦୧.୦୨.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):- ଠକାମୀର ଶିକାର ହେବା ସମ୍ଭାବନା ଥାଇ ତଥା ସୋସିଆଲ ମିଡିଆ ଓ ଅନ୍ୟାନ୍ୟ ଖବର ମାଧ୍ୟମରେ ବାରମ୍ବାର ଏ ସଂପର୍କିତ ସୂଚନା ଆସୁଥିଲେ ହେଁ ଯୁବବର୍ଗ ଓ ପିତାମାତା ଚାକିରି ପାଇବା ଆଶାରେ ସର୍ବସ୍ବାନ୍ତ ହେବାର ବହୁ ଦୃଷ୍ଟାନ୍ତ ରହିଛି । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଯଦୁନାଥପୁର ଗ୍ରାମର ଗୌର ମୋହନ ସିଂ ଏହିଭଳି ଠକାମୀର ଶିକାର ହୋଇଛନ୍ତି । ପ୍ରଥମେ ୨୦୧୮ରେ ଗୌରଙ୍କର ବ୍ୟାଙ୍କ ଚାକିରି ହୋଇଛି ବୋଲି ଏକ ଫୋନ କଲ ଦ୍ବାରା ସୂଚନା ମିଳିଥିଲା ।ତେବେ ଗୌର ଚାକିରି ପାଇଁ ଅବେଦନ କରିନଥିଲେ ବି ପ୍ରଥମେ ଆକାଉଣ୍ଟ ଜରିଆରେ ୪୦ହଜାର ଟଙ୍କା ଠକାମୀର ଶିକାର ହୋଇଥିଲେ । ପୁଣି କିଛିଦିନ ପରେ ଗୌରଙ୍କ ପାଖକୁ ଏକ ଜାଲ ନିଯୁକ୍ତିପତ୍ର ମଧ୍ୟ ଆସିଥିଲେ ମଧ୍ୟ ସେ ଚାକିରି କରିପାରିନଥିଲେ । ପରେ ନିଜକୁ ଜଣେ ବ୍ୟାଙ୍କ ଉପରିସ୍ଥ କର୍ମଚାରୀ ପରିଚୟ ଦେଇ ଠକ ଲୁଟେରା ଜଣକ ଚାକିରି କରାଇଦେବ ବୋଲି ପର୍ଯ୍ୟାୟ କ୍ରମେ ୭୦ହଜାର ଟଙ୍କା ଲୁଟି ନେଇଥିଲା । ତାପରେ ଠକ ଜଣକ ଲୁଚକାଳି ଖେଳ ଆରମ୍ଭ କରିଥିଲା । ଘଟଣା ଘଟିବାକୁ ବହୁ ଦିନ ବିତିଥିଲେ ହେଁ ନିରୁପାୟ ଗୌର ସାଇବର ସେଲରେ ଅଭିଯୋଗ କରିବା ସହିତ ବଡ଼ସାହି ଥାନାରେ ଜଣାଇଛନ୍ତି । ପୁଲିସ ଏ ସଂକ୍ରାନ୍ତରେ କେସ ନଂ ୩୧|୨୧ ଅନୁଯାୟୀ ତଦନ୍ତ ଚାଲୁ ରଖିଛି ।

Related Posts

About The Author

Add Comment