କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Spread the love

ଯାଜପୁର, ୦୧/୦୨/୨୦୧୨ (ସନ୍ଧାନ ନିଉଜ) :  ଜିଲ୍ଲା କାର୍ଯ୍ୟାଳୟ ମଙ୍ଗଳ ବିଭାଗରେ କାର୍ଯ୍ୟରତ ସେକ୍ସନ ଅଫିସର ବେଣୁଧର ନାୟକଙ୍କୁ ସୋମବାର ଅପରାହ୍ନରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସୋମବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏହି ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଶ୍ରୀ ନାୟକ ଜଣେ ନିଷ୍ଠାପର, କର୍ମଠ ଓ ସମୟାନୁବର୍ତୀ କର୍ମଚାରୀ ଭାବେ ବେଶ୍ ସୁନାମ ଅର୍ଜନ କରିଥିଲେବୋଲି କହିଥିଲେ । ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ମିହିର ପ୍ରସାଦ ମହାନ୍ତି ଓ ଉପ-ଜିଲ୍ଲାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର ଶ୍ରୀ ନାୟକଙ୍କର କାର୍ଯ୍ୟକଳାପ, ଦକ୍ଷତା ଅନ୍ୟମାନଙ୍କ ପାଇଁ ଶିକ୍ଷଣୀୟ ବୋଲି କହିବା ସହ ତାଙ୍କ ଅବସର ପରବର୍ତୀ ଜୀବନ ସୁଖମୟ ହେଉ ବୋଲି କହିଥିଲେ । ନିଜ ପ୍ରତିକ୍ରିୟାରେ ଶ୍ରୀ ନାୟକ ପ୍ରାୟ ୪୦ବର୍ଷ ବିଭିନ୍ନ ସ୍ଥାନ ଓ ପଦରେ କାର୍ଯ୍ୟକରି ସେ ବେଶ୍ ଖୁସି ଓ ସରକାର ଦେଇଥିବା ଦାୟିତ୍ୱକୁ ସୁରୁଖୁରୁରେ ନିର୍ବାହ କରିଥିବାରୁ ଆତ୍ମସନ୍ତୋଷ ଲାଭ କରୁଛନ୍ତି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଡେପୁଟୀ କଲେକ୍ଟର କାଜଲ ପ୍ରଧାନ, ଅଶ୍ମୀତା ଦାସ, ସହକାରୀ ଜିଲ୍ଲାପାଳ ତିଳୋତମା ପୃଷ୍ଟି, ଉମେଶ ଚନ୍ଦ୍ର ଲେଙ୍କା, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସୁବାଷ ଚନ୍ଦ୍ର ସାମଲ, ସ୍ୱଳ୍ପ ସଂଚୟ ଅଧିକାରୀ ଜ୍ଞାନ ରଂଜନ ସେଠୀ, ସେକ୍ସନ ଅଫିସର ଚନ୍ଦ୍ରଶେଖର ପାଣି, ବିଜୟ କୁମାର ଦାସ, ସୁଧାକାର ପ୍ରଧାନ, ଅକ୍ଷୟ କୁମାର ଦାସ, ବରିଷ୍ଠ ରାଜସ୍ୱ ସହାୟକ ସଂଜୟ ମହାନ୍ତି, ମଦନ ପତି, ବିନାୟକ ନାୟକ, ଅଜୟ ପ୍ରଧାନ, ନିତ୍ୟାନନ୍ଦ ନାୟକ, ଗଙ୍ଗାଧର ଜେନ, ମାନସୀ ସାହୁ ଓ ବିଭିନ୍ନ ବିଭାଗର କର୍ମଚାରୀ ପ୍ରମୁଖ ଯୋଗଦେଇ ଶ୍ରୀ ନାୟକଙ୍କ କାର୍ଯ୍ୟାବଳୀ ସଂପର୍କରେ ଆଲୋକପାତ କରିଥିଲେ । ପରେ ତାଙ୍କୁ ବିଭିନ୍ନ ଅବସରକାଳୀନ ସହାୟତା ପ୍ରଦାନ କରାଯାଇଥିଲା ।

Related Posts

About The Author

Add Comment