କରୋନା ସହାୟତା ପାଇଁ ବୁଲୁଥିଲା ବିଧାୟକଙ୍କ ଗାଡ଼ି, ବାହାରିଲା ମଦ ବୋତଲ!

Spread the love
ପାଟନା, ୧୫/୦୫/୨୦ (ସନ୍ଧାନ ନିଉଜ) : କରୋନା ଭାଇରସ୍ ମହାମାରୀ ସଂକଟ ସମୟରେ ସରକାରଙ୍କ ସହ ଅନ୍ୟମାନେ ମଧ୍ୟ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ବିଭିନ୍ନ ବେସରକାରୀ ଅନୁଷ୍ଠାନ ଗୁଡ଼ିକ ମଧ୍ୟ ଅଭାବ ଅସୁବିଧାରେ ପଡ଼ିଥିବା ଲୋକମାନଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି । ତେବେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବାକୁ ପୁଲିସ୍ ଗାଡ଼ି ଗୁଡ଼ିକ ପାସ୍ ଦେଇକ୍ତି । ତେବେ ବିଭିନ୍ନ ଦଳର ବିଧାୟକମାନେ ମଧ୍ୟ ଲୋକଙ୍କର ଏହି ଦୁର୍ଦ୍ଦିନରେ ସାହଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ତେବେ ବିହାରର ବକ୍ସର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ସେଠାକାର ଜଣେ ବିଧାୟକଙ୍କ ଗାଡ଼ି ଯାହାକୁ କରୋନା ସହାୟତା ପାଇଁ ବ୍ୟବହାର କରାଯାଉଛି ବୋଲି କୁହାଯାଉଥିଲା ସେଥିରୁ ମଦ ଜବତ କରିଛି ପୁଲିସ । ଏହା ଘଟଣାସ୍ଥଳରୁ ୪ଜଣଙ୍କୁ ଗିରଫ କରିଥିବାବେଳେ ଗାଡ଼ିର ମାଲିକ କଂଗ୍ରେସ ବିଧାୟକଙ୍କ ନାମରେ ମାମଲା ରୁଜୁ ହୋଇଥିବାରୁ ସେ ମଧ୍ୟ ଯେ କୌଣସି ମୁହୁର୍ତରେ ଗିରଫ ହୋଇପାରନ୍ତି ବୋଲି ଜଣାପଡ଼ିଛି ।
ଯଦି ସମ୍ପୂର୍ଣ୍ଣ ଘଟଣା କ୍ରମ ଉପରେ ଦୃଷ୍ଟି ପକାଇବା ତାହାଲେ ବିହାରର ବକ୍ସର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ବିଧାୟକ ଅଛନ୍ତି ମୁନ୍ନା ତିୱାରୀ ଓରଫ ସଞ୍ଜୟ । ତାଙ୍କ ଗାଡ଼ିରେ ବିଧାନସଭା ପାସ୍ ଲାଗିଥିବାବେଳେ ସେ ଉକ୍ତ ଗାଡ଼ିକୁ କରୋନାରେ ପିଡ଼ିତ ଲୋକଙ୍କୁ ସହାଯ୍ୟ ଯୋଗାଇବା ପାଇଁ ବ୍ୟବହାର କରିବେ ବୋଲି ପ୍ରଶାସନକୁ ଜଣାଇଥିଲେ । ମାତ୍ର ଗତ ବୁଧବାର ସନ୍ଧ୍ୟାରେ ପୁଲିସ୍ ବକ୍ସର ବିଧାନସଭା ଅନ୍ତର୍ଗତ ସିମରି ଅଂଚଳରେ ଯାଂଚ କରୁଥିବାବେଳେ ବିଧାୟକଙ୍କ ଗାଡ଼ିଟି ସେହି ରାସ୍ତା ଦେଇ ଅତିକ୍ରମ କରୁଥିଲା । ଏହି ସମୟରେ ଜଣେ ଅଧିକାରୀ ଗାଡ଼ିକୁ ଅଟଳାଇବାରୁ ଗାଡ଼ି ଭିତରେ ବସିଥିବା ୪ଜଣ କ’ଣ ପାଇଁ ଅଟଳାଇଲେ ବୋଲି ପଚାରିଥିଲେ । ଅଧିକାରୀ ଜଣଙ୍କୁ ସେମାନଙ୍କ କଥାବାର୍ତ ଉପରେ ସନ୍ଦେହ ହେବାରୁ ସେମାନଙ୍କୁ ଗାଡ଼ି ବାହରକୁ ଆସିବାକୁ କହିଥିଲେ । ପରେ ଯାଂଚ କରିବାରୁ ଗାଡ଼ି ଭିତରୁ ୫ ବୋତଲ ମଦ ଜବତ ହୋଇଥିଲା ।

Related Posts

About The Author

Add Comment