ଯାଜପୁର,୧୯/୦୩ (ସନ୍ଧାନ ନିୟୁଜ/ମାନସ ରାଉତ) : କରୋନାର ସଂକ୍ରମଣକୁ ପ୍ରତିହତ କରିବା ଊଦେ୍ଦଶ୍ୟରେ ଯାଜପୁର ଜିଲ୍ଳ୍ାରେ ଥିବା ମସଜିଦ ମାନଙ୍କରେ ସାମୁହିକ ନମାଜ ପାଠ ନ କରିବାକୁ ଜିଲ୍ଳ୍ାପାଳ ରଂଜନ କୁମାର ଦାସ ନିବେଦନ କରିଚ୍ଥନ୍ତି । ଏହି ପରିପ୍ରେକ୍ଷୀରେ ଗୁରୁବାର ପୂର୍ବାହ୍ନରେ ଏକ ବୈଠକ ଜିଲ୍ଳ୍ାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଳ୍ାପାଳ ଶ୍ରୀ ଦାସ ଅଧ୍ୟକ୍ଷତା କରରିବା ସହ ସମ୍ପ୍ରତ୍ତି କରୋନା ପାଇଁ ରାଜ୍ୟ ସରକାର ଯେଊଁ ମାର୍ଗ ଦର୍ଶିକା ଜାରି କରିଚ୍ଥନ୍ତି, ତାହାରି ଆଧାରରେ ପ୍ରତ୍ୟେକ ସଚେତନ ହେବାକୁ ଅନୁରୋଧ କରିଥିଲେ । ସରକାରଙ୍କ ନିଦେ୍ର୍ଦଶ ଓ ମାର୍ଗଦର୍ଶିକା ଅନୁସାରେ ଯାଜପୁରର ସମସ୍ତ ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରାଯିବା ସହ ବୈତରଣୀ କୂଳରେ ହେବାକୁ ଥିବା ମହାବାରୁଣୀକୁ ନିଷେଧ ଓ ମହାବାରୁଣୀ ସ୍ଥଳ ନିକଟରେ ୧୪୪ ଧାରା ବଳବତ୍ତର ରହିଚ୍ଥି । ଯେ ହେତୁ ଏହି କରୋନା ଭାଇରସ ଗହଳିପୂର୍ଣ୍ଣ ଅଞ୍ଚଳରେ ଅଧିକ ସଂକ୍ରମଣର ସମ୍ଭାବନା ରହିଥାଏ ; ତେଣୁ ମସଜିଦ ମାନଙ୍କରେ ସାମୁହିକ ନମାଜ ପାଠ, ଏକତ୍ରିତ ହେବା ଊପରେ ମଧ୍ୟ କଟକଣା ରହିଚ୍ଥି । ଏହାକୁ ପ୍ରତ୍ୟେକ ମସଜିଦର କର୍ମକର୍ତ୍ତା ନିଜେ ହୃଦୟଙ୍ଗମ କରିବା ସହ ଅନ୍ୟ ଶ୍ରଦ୍ଧାଳୁ ମାନଙ୍କୁ ସଚେତନ କରାଇବାକୁ ଶ୍ରୀ ଦାସ ନିବେଦନ କରିଥିଲେ । ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନା କରୋନା ଏକ ମାରାତ୍ମକ ରୋଗ ହୋଇଥିବାରୁ ବିଶ୍ୱର ସମସ୍ତ ଦେଶ ବର୍ତ୍ତମାନ ଚିନ୍ତିତ । ଏହି ପରିପ୍ରେକ୍ଷୀରେ ଆମେ ପ୍ରତ୍ୟେକ ନିଜ ସ୍ତରରେ ଊଦ୍ୟମ କରିବା ଯେପରି କୈାଣସି ଅଞ୍ଚଳରେ ଏହା ନ ବ୍ୟାପେ ବୋଲି ସେ କହିଥିଲେ । ଊପସôିତ ସମସ୍ତ ମୁସଲିମ ପ୍ରତିନିଧି ଅବଦୁଲ ବାରୀ, ସିକନ୍ଦର ଖାଁ, ଅବଦୁଲ ସାଜିଦ, ସେକ୍ କୟାମ, ସେକ୍ ସାହାଜୁଦ୍ଦିନ, ରହିମୁଦ୍ଦିନ ଖାଁ ପ୍ରମୁଖ ମୁସଲମାନ ମାନେ ଏହି ପରିସ୍ଥିତିରେ ପ୍ରଶାସନକୁ ସଂପୂର୍ଣ୍ଣ ସହଯୋଗ କରିବ ବୋଲି ସୂଚନା ଦେଇଥିଲେ । ଯେ ହେତୁ ଏହା ଜନ ଗହଳି ସ୍ଥାନରେ ଅଧିକ ବ୍ୟାପେ, ତେଣୁ ଘରେ ରହି ମଧ୍ୟ ନମାଜ କରି ସୁରକ୍ଷିତ ରହିବାକୁ ସେମାନେ ମୁସଲିମ ଭାଇ ମାନଙ୍କୁ ପରାମର୍ଶ ଦେଇଥିଲେ । ସରକାରଙ୍କ ପକ୍ଷରୁ ବା ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ନିଦେ୍ର୍ଦଶ ପର୍ଯ୍ୟନ୍ତ ଏହା ସମଗ୍ର ଜିଲ୍ଳ୍ାରେ ଅନୁପାଳନ କରାଯିବ ବୋଲି ସ୍ଥିର ହେଲା । ଏ ସଂପର୍କରେ ଡାକ ବାଜି ଓ ଅନ୍ୟାନ୍ୟ ମାଧ୍ୟମରେ ସମସ୍ତଙ୍କୁ ସୂଚନା ପ୍ରଦାନ କରାଯିବ ବୋଲି ସେମାନେ ସୂଚନା ଦେଇଥିଲେ । ଜିଲ୍ଳ୍ାର ଅନ୍ୟ ମସ୍ଜିଦ ଗୁଡିକରେ ମଧ୍ୟ ଅନୁରୂପ ବ୍ୟବସ୍ଥା ପାଇଁ ଜିଲ୍ଳ୍ାପାଳ ସମସ୍ତ ତହସିଲଦାର ଓ ଥାନା ଆଇ.ଆଇ.ସି. ମାନଙ୍କୁ ନିଦେ୍ର୍ଦଶ ଦେଇଚ୍ଥନ୍ତି । ସେମାନେ ସ୍ଥାନୀୟ ମସ୍ଜିଦର ମୁଖ୍ୟଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ ଶ୍ରୀ ଦାସ ପରାମର୍ଶ ଦେଇଚ୍ଥନ୍ତି । ଏହି ବୈଠକରେ ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି, ଊପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ, ଏସ୍.ଡି.ପି.ଓ. ରବିନ୍ଦ୍ର ଜେନା, ଯାଜପୁର ଥାନା ଆଇ.ଆଇ.ସି. ଆଶିଷ ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
କରୋନା ସତର୍କତା: ସାମୁହିକ ନମାଜ ପାଠ ପରିବର୍ତ୍ତେ ଘରେ ନମାଜ ପାଇଁ ଅନୁରୋଧ
|
March 19, 2020 |