“କରୋନା ସଚେତନତା” କାର୍ଯ୍ୟକ୍ରମ ଆୟୋଜିତ

Spread the love
ଛତିଆ, ୦୬/୦୭ (ସନ୍ଧାନ ନିଉଜ) ଛତିଆ ପଞ୍ଚାୟତ ତରଫରୁ ସରପଞ୍ଚ ଶ୍ରୀମତୀ ନୟନା ବେହେରାଙ୍କ ଆବହକତ୍ଵରେ ଓ ବୈରୀ ପୋଲିସ ର ସହଯୋଗ ରେ “କରୋନା ସଚେତନତା” କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି ! ଏହି କାର୍ଯ୍ୟକ୍ରମ ରେ ଜନସାଧାରଣ ଙ୍କୁ ସଚେତନ କରାଇବା ସହ ଛତିଆ ବଜାର ର ଦୋକାନୀ ଭାଇ ମାନଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା ! କରୋନା ସଂକ୍ରମଣ ରୋକିବା ପାଇଁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦିଆ ଯାଇଥିବ ନିର୍ଦେଶକୁ କଡାକଡ଼ି ଭାବେ ଆସନ୍ତା କାଲି ଠାରୁ ପାଳନ କରାଯିବ ! ଲିଫଲେଟ ମାଧ୍ୟମରେ ଦୋକାନୀ ମାନଙ୍କୁ ବିଭିନ୍ନ ନିୟମ ବାବଦରେ ଅବଗତ କରାଯାଇଛି ! ନିୟମର ଉଲଂଘନ କଲେ ଆଇନ ଅନୁସାରେ କାର୍ଯନୁଷ୍ଠାନ ନିଆଯିବ ବୋଲି ଛତିଆ ସରପଞ୍ଚ ଶ୍ରୀମତୀ ନୟନା ବେହେରା ଓ ବୈରୀ ଥାନା ଅଧିକାରୀ ଶ୍ରୀଯୁକ୍ତ ଜଗଦୀଶ କର ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ସରପଞ୍ଚଙ୍କ ସହ ଛତିଆ ନାଏବ ସରପଞ୍ଚ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ,ଆଶା କର୍ମୀ ମମତା ସାହୁ, ଅଙ୍ଗନବାଡି କର୍ମୀ ଶ୍ରୀମତୀ ମମତା ପ୍ରଧାନ ,ବରିଷ୍ଟ ସମାଜସେବୀ ସର୍ବେଶ୍ୱର ରାଉଳ, ଯୁବ ସମାଜସେବୀ ଦୀପକ ସାହୁ, ଅମରେଶ ନନ୍ଦ ,ମନୋଜ ସାମଲ, ବୈକୁଣ୍ଠ ନନ୍ଦ, ଅଜୟ ରଣା ଓ ଅନ୍ୟ ଯୁବ ସ୍ବେଚ୍ଛାସେବୀ ମାନେ ଯୋଗ ଦେଇ ସହଯୋଗ କରିଥିଲେ ।
”ଆମ ଅଞ୍ଚଳକୁ ସୁରକ୍ଷିତ ରଖିବା ଆମ ସମସ୍ତଙ୍କ ଦାଇତ୍ୱ 
ଆସନ୍ତୁ… ଆମେ ସମସ୍ତେ ପରସ୍ପରକୁ ସହଯୋଗ କରିବା 
କରୋନା କୁ ଆମ ଅଞ୍ଚଳରୁ ଦୁରେଇ ରଖିବା ”
Report- Bimal Behera

Related Posts

About The Author

Add Comment