ଭୁବନେଶ୍ୱର,୧୨/୦୪ (ସନ୍ଧାନ ନିୟୁଜ) କରୋନା ମୁକାବିଲା ପାଇଁ ଲକ୍ ଡାଉନ ଯୋଗୁଁ କଣ୍ଟେନ୍ମେଣ୍ଟ କଟକଣା ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର । ଲକ ଡାଉନର ସଫଳତା କଥା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ । ସେ କହିଛନ୍ତି କି, ମାର୍ଚ୍ଚ ୨୫ ପୂର୍ବରୁ କରୋନା ସଂକ୍ରମଣର ବେଗ ଯାହା ଥିଲା, ତାହା ଜାରି ରହିଥିଲେ ଆଜି ଦେଶରେ ୨ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥାନ୍ତେ । ଆଇସିଏମଆର ରିପୋର୍ଟ ବାବଦରେ ସ୍ପଷ୍ଟୀକରଣ ଦେଇ କହିଥିଲେ, ତାହା କରୋନା ସଂକ୍ରମଣର ଏକ ବିସ୍ତୃତ ବିଶ୍ଲେଷଣ ତଥ୍ୟ । ଲକଡାଉନ ଯୋଗୁଁ ଦେଶରେ କରୋନା ସଂକ୍ରମଣର ବେଗ ମନ୍ଥର ହୋଇଥିବା କହିଛନ୍ତି ସ୍ୱାସ୍ଥ୍ୟ ସଚିବ । କରୋନା ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି ବାବଦରେ ସୂଚନା ଦେଇ ଲବ ଅଗ୍ରୱାଲ କହିଥିଲେ ଦେଶରେ ୫୮୬ଟି କୋଭିଡ- ହସ୍ପିଟାଲରେ ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି । ସଂପୃକ୍ତ ହସ୍ପିଟାଲ ଗୁଡିକରେ ୧ ଲକ୍ଷ ଆସୋଲେସନ ବ୍ୟାଡ ପ୍ରସ୍ତୁତ ରହିଛି ।
କରୋନା ସଂକ୍ରମଣକୁ ମନ୍ଥର କଲା ଲକଡାଉନ
|
April 12, 2020 |