କରୋନା ଲଢ଼େଇରେ ସାମିଲ ଏବଂ ସଙ୍ଗୋରୋଧ ଗୃହର ଅନ୍ତେବାସୀଙ୍କ ସୁରକ୍ଷା କିଟ୍ ବଂଟନ

Spread the love

ବଡଚଣା, ୦୧/୦୬ (ସନ୍ଧାନ ନିୟୁଜ/ମାନସ ରାଉତ) ବିଶ୍ୱରେ କରୋନା ମହାମାରୀ ନିଜୟ କାୟ ବିସ୍ତାର କରିଥିବା ବେଳେ ଏଥିରେ ଅନେକ ଛୋଟବଡ ସରକାରୀ କର୍ମଚାରୀ ମାନେ ସାମିଲ ହୋଇ ସେବା କରିଆସୁଛନ୍ତି । କିନ୍ତୁ ମାତ୍ର ସ୍ୱଳ୍ପ ପାରିଶ୍ରାମିକରେ ଏମାନେ କାର୍ଯ୍ୟ କରିଆସୁଥିବା ବେଳେ ଅନେକ ସ୍ଥାନରେ ଏହି କର୍ମଚାରୀ ମାନଙ୍କୁ ସାମନ୍ୟତମ ସୁରକ୍ଷା କିଟ୍ ମଧ୍ୟ ପ୍ରଦାନ କରାଯାଇନାହିଁ । ଫଳରେ କର୍ମସ୍ଥଳରେ ରହି ଅତି ବିପଦପୂର୍ଣ୍ଣଭାବେ ନିଜର ଦାୟିତ୍ୱ ନିର୍ବାହ କରିଆସୁଛନ୍ତି । ଏମାନଙ୍କୁ ଉଦେ୍ଧଶ୍ୱର ବଡଚଣା ବ୍ଲକ ଶାନ୍ତିପୁରର ଏଲ.ଆଇ.ସିରେ କାର୍ଯ୍ୟରତ ଅଭିରାମ ସ୍ୱାଇଁ ଶାନ୍ତିପୁର ପଂଚାୟତରେ କାର୍ଯ୍ୟରତ ସମସ୍ତ ଅଙ୍ଗନୱାଡି କର୍ମୀ, ଆଶା ଏବଂ ସଙ୍ଗୋରୋଧ କେନ୍ଦ୍ରର ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ସୁରକ୍ଷା କିଟ୍ ଯଥା ମାସ୍କ, ସାବୁନ, ସାନିଟାଇଜର ସମେତ ରାସନ ସାମଗ୍ରୀ ଯୋଗାଇଦେଇଛନ୍ତି । ସେହିପରି ବିଭିନ୍ନ ସଙ୍ଗୋରୋଧ କେନ୍ଦ୍ରରେ ବିଭିନ୍ନ ଖାଦ୍ୟ ପାନୀୟ ଅସୁବିଧାକୁ ଦେଖି ସେମାନଙ୍କ ପାଇଁ ମଧ୍ୟ ରାସନ ସାମଗ୍ରୀ ଯୋଗଇଦେଇଛନ୍ତି । ଏଥିରେ ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଗୋବିନ୍ଦ ସେଠୀ, ପଂଚାୟତର ସରପଂଚ ଉପସ୍ଥିତ ଥିଲେ ।

Related Posts

About The Author

Add Comment