କରୋନା ଲକ ଡାଉନ: ଅନଲାଇନରେ ଚାଲୁଛି ଦେହ ବେପାର!

Spread the love

ରାଉରକେଲା, ୨୦/୦୬/୨୦ (ସନ୍ଧାନ ନିଉଜ) : ଓଡ଼ିଶାର ଶିଳ୍ପ ରାଜଧାନୀ ରାଉରକେଲାରେ ଚାଲୁଛି ଅନଲାଇନ ସେକ୍ସ କାରବାର! ତାହା ପୁଣି ପୁଲିସ ହେପାଜତରେ! ଖୋଦ ରାଉରକେଲାରେ ୩୦/୪୦ ଯୁବତୀଙ୍କୁ ରଖାଯାଇ ଅନଲାଇନ ବୁକିଂ ମାଧ୍ୟମରେ ଚାଲିଛି ଦେହ ବେପାର ।୧୧ଟାରୁ ରାତି ୨ଟା ଭିତରେ ଯୁବତୀମାନଙ୍କୁ ବିଭିର୍ଣ୍ଣ ସ୍ଥାନକୁ ପଠାଯାଉଛି । ରାଉରକେଲା ସମେତ ଯୁବତୀମାନଙ୍କୁ ରାଜଗାଙ୍ଗପୁର, ବୀରମିତ୍ରପୁର, କୋଇଡ଼ା ଆଦି ଅଂଚଳକୁ ମଧ୍ୟ ପଠାଯାଉଛି । ବଙ୍ଗୀୟ ଯୁବତୀଙ୍କ ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଯୁବତୀଙ୍କୁ ଅଣାଯାଇ ବେପାର କରାଯାଉଛି ।କେଉଁଠି ଭଲ ପାଇବା ଜାଲରେ ଫସାଇ କିମ୍ୱା କିଡନାପ କରାଯାଇ ଯୁବତୀ ମାନଙ୍କୁ ଏହି ବେପାରରେ ସାମିଲ କରାଯାଉଛି ।ଧନ୍ଦା କରିବା ପାଇଁ ଯୁବତୀ ମାନଙ୍କୁ ନିଶାର ଆଡିକସନ କରାଇ ଦିଆଯାଉଛି ।ଅନେକ ବାହୁବଳୀଙ୍କ ସମେତ ପୁଲିସ,ପ୍ରଶାସନିକ ଅଧିକାରୀ ମଧ୍ୟ ଏହାର ଗ୍ରାହକ ଅଛନ୍ତି ।ପୁଲିସ ଜାଣତରେ ହିଁ ଏସବୁ ଚାଲିଛି ।ପୁଲିସ ବଟି ମଧ୍ୟ ନେଉଛି ।ପୁଲିସ ଚଢ଼ାଉ ପୂର୍ବରୁ ପୁଲିସ ହିଁ ଖବର ଦେଇ ଦେଉଛି ।ଏପରି ଅଭିଯୋଗ ଆଣିଛନ୍ତି ରାଉରକେଲାର ଏକ ରାଜନୈତିକ ଦଳର ନେତ୍ରୀ ।  ଜଣେ ଯୁବତୀ ସେକ୍ସ ରାକେଟରୁ ଖସି ଆସିବା ପରେ ସଂପୃକ୍ତ ଯୁବତୀର ତଥ୍ୟକୁ ଭିତି କରି ଏପରି ଜଘନ୍ୟ ଅଭିଯୋଗ ଆଣିଛନ୍ତି  ନେତ୍ରୀ ଜଣଙ୍କ । ।ରାଉରକେଲାରେ ଚାଲୁଥିବା କିଛି ଦଲାଲଙ୍କ ମଧ୍ୟରେ ମହିଳା ଦଲାଲ ମଧ୍ୟ ଥିବା ଏକ ବିଶେଷ ଅନୁସନ୍ଧାନରୁ ଜଣାପଡ଼ିଛି ।

Related Posts

About The Author

Add Comment