ରାଉରକେଲା, ୨୦/୦୬/୨୦ (ସନ୍ଧାନ ନିଉଜ) : ବିଶ୍ୱବାସୀଙ୍କ ଜୀବନ ଯାତ୍ରାକୁ କରୋନା ସଂପୂର୍ଣ୍ଣ ଭାବେ ପ୍ରଭାବିତ କରିଦେଇଛି ।ମହାମାରୀ କରୋନାକୁ ପ୍ରତିହତ କରିବାପାଇଁ ସାମାଜିକ ଦୂରତାକୁ ସରକାର କଡ଼ାକଡ଼ି କରିଛନ୍ତି ।ପ୍ରଶାସନିକ କଟକଣା ସହ ସରକାରଙ୍କ ନିଷ୍ପତିକୁ ମଧ୍ୟ ସବୁ ବର୍ଗ ଲୋକ ସମର୍ଥନ କରୁଛନ୍ତି । ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ନାରା ସବୁଆଡ଼େ ଦିଆଯାଉଛି ।ମାସ୍କ ପିନ୍ଧି ଲୋକେ ଜରୁରୀ କାମ ପାଇଁ ବାହାରକୁ ଯାଉଥିବା ସହ ମାର୍କେଟିଙ୍ଗ କରୁଥିବା ବି ଦେଖାଯାଇଛି । ତେବେ ଗ୍ରାମାଂଚଳରେ ପରିବା ଚାଷୀ ଏହି ଲକଡ଼ାଉନ ଯୋଗୁ କଠିନ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ବର୍ଷାର ଅନିୟମିତତା ଯୋଗୁଁ ଚାଷୀମାନେ କ୍ରମଶଃ ଧାନ ଚାଷରୁ ମୁହଁ ଫେରାଉଥିବାବେଳେ ରବି ରୁତୁରେ ମୁଖ୍ୟତଃ ପନିପରିବା ଚାଷ କରି ଦୁଇ ପଇସା ରୋଜଗାର କରିବା ସହ ପରିବାର ପାଇଁ ବର୍ଷକର ଦାନା ଯୋଗାଡ଼ କରିଥାନ୍ତି ।ଖରିଫ ଚାଷ ସମୟରେ ବର୍ଷା ଅଭାବ ଓ ରବି ରୁତୁ ଚାଷ ସମୟରେ ଅଦିନିଆ ବର୍ଷା ଚାଷୀମାନଙ୍କର ମନୋବଳକୁ ବହୁ ପରିମାଣରେ ଭାଙ୍ଗି ଦେଇଥାଏ ।ତଥାପି ସେମାନେ ହାର ନମାନି ନିଜର ପେଟ ସହିତ କୂଳବେଉଷାକୁ ବଂଚାଇବା ପାଇଁ ଅନବରତ ଚେଷ୍ଟିତ ଥାଆନ୍ତି । ପ୍ରତିକୂଳ ପରିସ୍ଥିତିର ବାରମ୍ବାର ସମ୍ମୁଖୀନ ହେବା ସତ୍ୱେ ତାର ଉଦ୍ୟମରୁ ନିବୃତ ନ ହୋଇ ରୁତୁ ଅନୁସାରେ ଧାନ,ମୁଗ,ବିରି ଠାରୁ ଆରମ୍ଭ କରି ପନିପରିବା ଚାଷ କାର୍ଯ୍ୟକୁ ଜାରି ରଖିଥାଏ । ଚାଷୀକୂଳ ସର୍ବଦା ଆମର ଅନ୍ନଦାତା ହୋଇ ଖାଦ୍ୟ ସାମଗ୍ରୀ ଯୋଗାଇବାରେ କେବେ ଅବହେଳା କରିନଥାଏ । କିନ୍ତୁ କରୋନା ଲକଡ଼ାଉନ ବର୍ତମାନ ପନିପରିବା ଚାଷୀମାନଙ୍କ ବ୍ୟବସାୟକୁ ପ୍ରଭାବିତ କରିବା ସହିତ ସେମାନଙ୍କର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇବାକୁ ବସିଲାଣି ।ସାରନଗରୀ ସଂଲଗ୍ନ ଲାଠିକଟା ବ୍ଲକର ଆଦିବାସୀ ବହୁଳ ୭ଟି ଗ୍ରାମପଂଚାୟତର ଅଧିକାଂଶ ବାସିନ୍ଦା ପନିପରିବା ଚାଷ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି । ଚଳିତ ବର୍ଷ ଚାଷୀମାନେ ଧାର କରଜ କରି ପନିପରିବା ଚାଷ କରିଥିଲେ ।ମାତ୍ର ପ୍ରଥମରୁ ଅଦିନିଆ ବର୍ଷା ଏଥିରେ ବହୁ କ୍ଷୟ କ୍ଷତି କରିଥିଲ।। ତଥାପି ଯାହା ବଂଚିଗଲା ସେଥିରୁ କିଛି ଅମଳ କରି କରଜ ଅର୍ଥ ସୁଝିବା ସହିତ ବଳକା ଅର୍ଥରେ ପରିବାର ମୁହଁରେ ମୁଠାଏ ଆହାର ଦେବା ପାଇଁ ଚାଷୀମାନେ ଚିନ୍ତା କରିଥିଲେ ।ମାତ୍ର ଅମଳ ସମୟରେ ଅଚାନକ କରୋନା ମହାମାରୀ ତାହାର ପ୍ରଳୟଙ୍କରୀ ବିଭିଷୀକା ଆରମ୍ଭ କରିଦେଇଥିଲ।।ଫଳସ୍ୱରୂପ ସରକାର ଏହାକୁ ରୋକିବାକୁ ସମଗ୍ର ଦେଶକୁ ଲକଡ଼ାଉନ କରିଦେଇଥିଲେ । ଫଳତଃ ଯାନବାହାନ ଚଳାଚଳ ବନ୍ଦ ହୋଇଯିବାରୁ ବିଭିନ୍ନ ପରିବା ବଜାରର ବେପାରୀମାନେ ଚାଷୀମାନଙ୍କ ପରିବା କ୍ଷେତରେ ପହଂଚି ପରିବା କିଣିବାକୁ ଅସମର୍ଥ ହୋଇଥିଲେ । ସେହିପରି ଚାଷୀମାନେ ମଧ୍ୟ ପ୍ରାୟ ଦଶ କିଲୋମିଟର ଦୂରରେ ଥିବା ବିଭିନ୍ନ ପରିବା ବଜାରକୁ ସେମାନଙ୍କର ଉତ୍ପାଦିତ ପନିପରିବା ଆଣି ବିକ୍ରି କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେହିପରି କରୋନା କଟକଣା ଯୋଗୁଁ ଅଂଚଳରେ ବିବାହ,ବ୍ରତ ସହିତ ରେଷ୍ଟୁରାଂଟ,ହୋଟେଲ,ଢାବା ଗୁଡ଼ିକ ବନ୍ଦ ହୋଇଯାଇଥିବାରୁ ଏହାର ପ୍ରଭାବ ପରିବା ବଜାରରେ ମଧ୍ୟ ଅନୁଭୁତ ହେଉଛି ।ଅନ୍ୟପକ୍ଷେ ବଜାରରେ ବିକ୍ରୟ ସମୟ ସକାଳ ୬ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ହୋଇଥିବାରୁ ରାମଯୋଡ଼ି,ମୁଣ୍ଡାଯୋର,ମନକୋ,କଂସର,ନୂ
କରୋନା ଲକଡ଼ାଉନ ମାଡ଼, ଭାଙ୍ଗିଲାଣି ଚାଷୀଙ୍କ ହାଡ଼
|
June 20, 2020 |