ବାରିପଦା ୨୫/୯(ସନ୍ଧାନ ନ୍ୟୁଜ୍ /ଲିଙ୍ଗରାଜ ପଣ୍ଡା): ବାରିପଦା ଲକ୍ଷ୍ମୀପୋଷୀ ସ୍ଥିତ ଅମ୍ବେ ଷା କେଭିଡ୍ ହେଲ୍ଥ ସେଣ୍ଟରରୁ । କରୋନା ଚିକିତ୍ସା ପରେ ଡିସ୍ଚାର୍ଯ୍ୟ ହୋଇଥିବା ବାଙ୍ଗିରିପୋଷୀ ବ୍ଲକ୍ର ଜଣେ ବ୍ୟକ୍ତିଙ୍କୁ ନେଇ ଯାଉଥିବା ଏକ ସ୍ବତନ୍ତ୍ର ଗାଡି ବାରିପଦାରୁ ବାଙ୍ଗିରିପୋଷୀ ଯାଉଥିଲା ତେବେ କୁଚେଇ ଛକ ନିକଟରେ ଏକ ଗଛକୁ ଧକ୍କା ଦେବା ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ଗାଡି ଭିତରେ ଥିବା ଲୋକ ତଥା ଡ୍ରାଇଭରର ସେଭଳି କୌଣସି କ୍ଷତି ହୋଇନଥିବା ବେଳେ ଗାଡି ଚେପା ହୋଇଯାଇଥିବାର ଜଣାଯାଇଛି । ଅନ୍ୟପକ୍ଷରେ ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଲାଉଥିବାରୁ ଏଭଳି ଦୁର୍ଘଟଣା ଘଟିଥିଲା ବୋଲି ଘଟଣା ସ୍ଥଳରେ ଉପସ୍ଥିତଥିବା ଲୋକେ ଅଭିଯୋଗ କରିଛନ୍ତି । ଏ ବାବଦରେ ଡ୍ରାଇଭରଙ୍କ ଆଲକୋହଲି ଟେଷ୍ଟ କରାଯିବ ବୋଲି କୁଳିଅଣା ଥାନା ଭାରପ୍ରାପ୍ତ ଅଧିକାରୀ କହିଛନ୍ତି ।
କରୋନା ରୋଗୀ ନେଉଥିବା ଗାଡ଼ି ଦୁର୍ଘଟଣା
|
September 25, 2020 |



